ରେଢାଖୋଲରେ ଶିଶୁକନ୍ୟା ବିକ୍ରି ଅଭିଯୋଗ : ୧୫ ହଜାର ଟଙ୍କାରେ ମାସକର ଶିଶୁକୁ ବିକ୍ରି କରିଦେଲେ ମହିଳା; ଅଭିଯୋଗ ପରେ ଉଦ୍ଧାର କଲା ଚାରମାଲ ପୋଲିସ

184

କନକ ବ୍ୟୁରୋ : ୧୫ ହଜାର ଟଙ୍କାର ଶିଶୁକନ୍ୟାକୁ ବିକ୍ରି ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ସମ୍ବଲପୁର ଚାରମାଳ ଥାନା କେଉଟିବାହାଳ ଗାଁରୁ । ଏହି ଗାଁର ଜଣେ ମହିଳା ତାଙ୍କ ଏକ ମାସ ୭ ଦିନର ଶିଶୁକୁ ରେଢାଖୋଲ ଥାନା କୁଷାପାଲି ଗାଁର ଜଣେ ଦମ୍ପତିଙ୍କୁ ବିକ୍ରି କରିଥିବା ଅଭିଯୋଗ ହୋଇଛି । ଏ ନେଇ ଚାଇଲ୍ଡ ଲାଇନ ଅଭିଯୋଗ କରିବା ପରେ  ଚାରମାଳ ପୁଲିସ ଶିଶୁକନ୍ୟାକୁ ଉଦ୍ଧାର କରିଛି ।