କନକବ୍ୟୁରୋ: ରିମୁଳିରୁ ଯୋଡ଼ା ଦେଇ ରାଉରକେଲା ଯାଇଛି ୫୨୦ ନମ୍ବର ଜାତୀୟ ରାଜପଥ । ଖାଲଖମା ରାଜପଥ, ବେପରୁଆ ଟ୍ରକ ପାର୍କିଂ ଓ ଏନ୍ଏଚ୍ ପେଟ୍ରୋଲିଂର ସ୍ଥାଣୁତା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଛି । ବ୍ୟସ୍ତବହୁଳ ରାଜପଥରେ ବେଆଇନ୍ ଟ୍ରକ ପାର୍କିଂ ହଟାଇବା ଉଦେଶ୍ୟରେ ନାରଦପୁର ଠାରେ ଟ୍ରକ ପାର୍କିଂ ତିଆରି କରିଛି ରାଜପଥ ପ୍ରାଧିକରଣ । ହେଲେ ଏଠାକୁ ନଯାଇ ବେପରୁଆ ଟ୍ରକ ପାର୍କିଂ ରାଜପଥକୁ ଅକ୍ତିଆର କରୁଛି ।
ରାସ୍ତା କଡରେ ଟ୍ରକ ରହୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସେପଟେ ରାଜପଥ ନିର୍ମାଣର କାର୍ଯ୍ୟ ଅଧପନ୍ତରିଆ ଥିବା ବେଳେ ନିର୍ମାଣ ଅତି ନିମ୍ନମାନର ହୋଇ ରାସ୍ତା ସଂପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି । ମୁଖ୍ୟ ଛକ ଗୁଡିକରେ ସ୍ପିଡ୍ ବ୍ରେକର, କ୍ୟାମେରା ଓ ରାଇଲ୍ ବ୍ୟବସ୍ଥା ନାହିଁ । ଫଳରେ ଦିନରେ ଯାହା ଯେମିତି, ରାତି ହେଲେ ରାଜପଥରେ ଯିବା ଆସିବା କରିବାକୁ ଡରୁଛନ୍ତି ଲୋକେ ।ରାଜପଥ ସଂପୂର୍ଣ୍ଣ ନିର୍ମାଣ ହୋଇନଥିବା ବେଳେ ଅଂଚଳବାସୀ ଟୋଲ୍ ଟ୍ୟାକ୍ସ ଦେଇ ନୟାନ୍ତ ହେଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/42-8.jpg)