ମହିଳାଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ: ନିମାପଡା ଥାନାରେ ଏତଲା ପରେ ପୁଲିସର ତନାଘନା

255

କନକ ବ୍ୟୁରୋ: ମହିଳାଙ୍କୁ ଗଣଦୁର୍ଷ୍କମ ଅଭିଯୋଗ । ପୁରୀ ଜିଲ୍ଲା ଅଧିନ ନିମାପଡ଼ା ଥାନା ଅଂଚଳରେ ଏଭଳି ଏକ ଲଜ୍ୟା ଜନକ ଘଟଣା ଘଟିଯାଇଛି । ଗତ ୧୨ ତାରିଖ ରାତି ୧୧ଟାରେ ମହିଳା ଜଣଙ୍କ ଶୈାଚ ହେବା ପାଇଁ ସ୍ୱାମୀଙ୍କ ସହ ନିକଟସ୍ଥ କୁଶଭଦ୍ରା ନଦୀକୁ ଯାଇଥିଲେ । ସ୍ୱାମୀ ଆଗରେ ଘରକୁ ଚାଲି ଆସିଥିଲେ । ପରେ ସେଠାରେ ଥିବା ୪ଜଣ ଯୁବକ ତାଙ୍କ ପାଟିରେ ଗାମୁଛା ଦେଇ ଟାଣି ନେଇଯାଇଥିଲେ । ଏବଂ ସେହିଠାରେ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ ।

ମହିଳା ଜଣଙ୍କ ଘରକୁ ଆସିବାରେ ବିଳମ୍ବ ହେବାରୁ ସ୍ୱାମୀ ନଦୀ ପାଖକୁ ଯିବାରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ସେହି ସମୟରେ ମହିଳାଙ୍କ ସ୍ୱାମୀ ଜଣେ ଅଭିଯୁକ୍ତଙ୍କୁ ଚିହ୍ନି ପାରିଥିବା ନିମାପଡା ଥାନାରେ ଅଭିଯୋଗ ହୋଇଛି । ଗଣ ଦୁର୍ଷ୍କମ ନେଇ ମହିଳା ଜଣଙ୍କ ନିମାପଡ଼ା ଥାନାରେ ଅଭିଯୋଗ କରିଛନ୍ତି । ମହିଳାଙ୍କ ଅଭିଯୋଗକୁ ଭିତି କରି ପୁଲିସ ୪ ଜଣ ଯୁବକଙ୍କୁ ଅଟକ ରଖି ପଚାରଉଚରା କରୁଛି । ଘଟଣା ସଂପର୍କରେ ଖବର ପାଇ ପୁରୀ ଜିଲ୍ଲାର ଅତିରିକ୍ତ ଏସପି ପୀଡ଼ିତାଙ୍କୁ ଭେଟିଛନ୍ତି । ବର୍ତମାନ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରତର ରହିଥିବା ବେଳେ ଚିକିତ୍ସା ଜାରି ରହିଛି ।