ଅନଲାଇନରେ ଶିଶୁଙ୍କୁ ଯୌନ ଶୋଷଣ ଅଭିଯୋଗ । ଓଡିଶା ସମେତ ଦେଶର ୭୬ଟି ସ୍ଥାନରେ ସିବିଆଇର ଚଢାଉ

ନଭେମ୍ବର ୧୪ରେ ୨୩ଟି ମାମଲା ରୁଜୁ କରିଥିଲା କେନ୍ଦ୍ରିୟ ତଦନ୍ତକାରୀ ସଂସ୍ଥା

150

କନକ ବ୍ୟୁରୋ : ଅନଲାଇନରେ ଶିଶୁଙ୍କୁ ଯୌନ ନିର୍ଯାତନା ମାମଲାରେ ସିବିଆଇର ତନାଘନା । ଦେଶର ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୭୬ଟି ସ୍ଥାନରେ ଚଢାଉ କରୁଛି ସିବିଆଇ । ଓଡ଼ିଶାରେ ମଧ୍ୟ ସିବିଆଇ ପକ୍ଷରୁ ଯାଂଚ କରାଯାଉଛି । ନଭେମ୍ବର ୧୪ ତାରିଖରେ ସିବିଆଇ ଅଲଗା ଅଲଗା ୨୩ଟି ମାମଲା ରୁଜୁ କରିଥିଲା । ଏଥିରେ ୮୩ ଜଣଙ୍କୁ ଅଭିଯୁକ୍ତ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ବିଶେଷ କରି ଶିଶୁଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ଓ ଶୋଷଣ ଅଭିଯୋଗରେ ଏହି ମାମଲା କରାଯାଇଥିଲା । ଆନ୍ଧ୍ର ପ୍ରଦେଶ, ଉତରପ୍ରଦେଶ, ଦିଲ୍ଲୀ, ହରିୟାଣା, ପଂଜାବ, ବିହାର, ଓଡ଼ିଶା, ତାମିଲନାଡୁ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ହିମାଚଳ ପ୍ରଦେଶରେ ଏହି ଚଢାଉ ଚାଲିଛି ।