କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ନୋଟ୍ ଫର ଭୋଟ୍ । ପୋଲିସ ପାଟ୍ରୋଲିଂ ଗାଡିରେ ବଂଟା ଯାଉଥିଲା ଟଙ୍କା । ବିଧାୟକଙ୍କ ସଂପର୍କୀୟ ଭାଇ ଟଙ୍କା ବାଂଟୁଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ପୋଲିସ ଗାଡିରେ ଟଙ୍କା ନେଇ ପାଟଣାଗଡ଼ ପାଣ୍ଡେସରା ଗାଁରେ ପହଂଚି ଯାଇଥିଲେ ବିଧାୟକ ସରୋଜ ମେହେରଙ୍କ ସଂପର୍କୀୟ ଭାଇ ସୁଜିତ ମେହେର । ଏହି ସମୟରେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ନେଇଥିଲେ । ସୁଜିତଙ୍କୁ କିଛି ସମୟ ଟଣା ଓଟରା କରିଥିଲେ ।
ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଚାଲିଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ହେଲେ ଭୋଟର ଗୋଟିଏ ଦିନ ପୂର୍ବରୁ ଦେଖିବାକୁ ମିଳିଛି ଏଭଳି ଘଟଣା । ରାତିରେ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/02/17-22.jpg)