କନକ ବ୍ୟୁରୋ: ରାଜ୍ୟପାଳଙ୍କ ନାମେରେ ଅସଦାଚରଣ ଅଭିଯୋଗ । ପଶ୍ଚିମବଙ୍ଗ ରାଜଭବନରେ କାର୍ଯ୍ୟରତ ଜଣେ ମହିଳା ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ଦ୍ୱାରା ଅସଦାଚରଣ ଅଭିଯୋଗ ଆଣିଛନ୍ତି ବୋଲି ତୃଣମୂଳ କଂଗ୍ରେସର ଅନେକ ନେତା ଗୁରୁବାର ଦାବି କରିଛନ୍ତି । ପଶ୍ଚିମବଙ୍ଗ ରାଜ୍ୟପାଳ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଏହାକୁ କପୋଳକଳ୍ପିତ କାହାଣୀ ବୋଲି କହିଛନ୍ତି । ଟିଏମସି ନେତାମାନେ ଦାବି କରିଛନ୍ତି ଯେ ଅଭିଯୋଗ ଆଣିଥିବା ମହିଳା ଜଣକ କୋଲକାତା ପୋଲିସ ନିକଟରେ ଅଭିଯୋଗ କରିବାକୁ ଯାଇଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହା ଯଦି ପ୍ରକୃତରେ ନାରୀ କା ସମ୍ମାନରେ ବିଶ୍ୱାସ କରନ୍ତି ତେବେ ସେମାନଙ୍କୁ ନ୍ୟାୟ ଦେବା ଉଚିତ ବୋଲି ତୃଣମୂଳ କଂଗ୍ରେସ ଟ୍ୱିଟ୍ କରିଛି । ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଏହି ଅଭିଯୋଗକୁ ଖଣ୍ଡନ କରି ଏହାକୁ ବଦନାମ କରିବାକୁ ଉଦ୍ୟମ ବୋଲି କହିଛନ୍ତି । ସତ୍ୟର ବିଜୟ ହେବ । ବଦନାମ କରି କିଛି ନିର୍ବାଚନୀ ଫାଇଦା ଚାହୁଁଛନ୍ତି, ଭଗବାନ ତାଙ୍କୁ ଆଶୀର୍ବାଦ ଦିଅନ୍ତୁ । କିନ୍ତୁ ସେମାନେ ପଶ୍ଚିମବଙ୍ଗରେ ଦୁର୍ନୀତି ଓ ହିଂସା ବିରୋଧରେ ଲଢ଼େଇକୁ ଅଟକାଇ ପାରିବେ ନାହିଁ ବୋଲି ସିଭି ଆନନ୍ଦ ବୋଷ କହିଛନ୍ତି ।
କୋଲକାତା ପୁଲିସର ଅଧିକାରୀ ଇନ୍ଦିରା ମୁଖାର୍ଜୀ କହିଛନ୍ତି ଯେ, ଗୁରୁବାର ଅପରାହ୍ନ ୫ଟାରେ ରାଜ୍ୟପାଳଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆସିଥିଲା । ଏହାର ତଦନ୍ତ କରୁଛୁ । ଏହି ଘଟଣା କେବେ ଘଟିଲା ତାହା ଏବେ ଜଣାପଡିନି । ଅଭିଯୋଗ ଅନୁଯାୟୀ, ରାଜଭବନ ଭିତରେ ଏହି ଘଟଣା ଘଟିଛି । ପୀଡିତା ଅଭିଯୋଗ କରିଛନ୍ତି ଯେ ଅନେକ ଥର ତାଙ୍କୁ ଅସଦାଚରଣ କରାଯାଇଛି । ପୁଲିସ ଅଧିକ ତଥ୍ୟ ଦେବାକୁ ମନା କରିଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/05/5-4.jpg)