ବାଲି ମାଫିଆଙ୍କ ସହ ତହସିଲଦାରଙ୍କ ଲକ୍ଷେ ଟଙ୍କିଆ ଡିଲ୍ ଅଭିଯୋଗ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ : କଳାହାଣ୍ଡିକୁ ବଦଳି ହେଲେ ବେତନଟୀ ତହସିଲଦାର

308

କନକ ବ୍ୟୁରୋ : ତହସିଲଦାରଙ୍କ ଉପସ୍ଥିତିରେ ମୋରମ ଗାଡିକୁ ବିନା ଫାଇନରେ ଛାଡିବା ପାଇଁ ବାଲିମାଫିଆଙ୍କ ସହିତ ଡିଲ ସମ୍ପର୍କିତ ଖବର କନକ ନ୍ୟୁଜରେ ପ୍ରସାରଣ ପରେ ବେତନଟି ତହସିଲଦାର ଅନିସା ଦାସଙ୍କୁ କଳାହାଣ୍ଡିକୁ ବଦଳି କରିଦିଆଯାଇଛି । ସେ ବର୍ତମାନ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ ଦାୟିତ୍ୱ ସମ୍ଭାଳିବେ । ରାଜସ୍ୱ ଏବଂ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି ।

ମୋରମ ବୋଝେଇ ଟ୍ରକକୁ ବିନା ଫାଇନରେ ଥାନାରୁ ଛାଡି ଦେବା ପାଇଁ ବାଲିମାଫିଆଙ୍କ ସହିତ ଡିଲ ଚାଲିଥିବା ନେଇ ଅଭିଯୋଗ ହୋଇଥିଲା । ଆଉ ତହସିଲଦାରଙ୍କ ଉପସ୍ଥିତିରେ ଦଲାଲଙ୍କ ସହ ଏହି ଡିଲ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ବାଲିମାଫିଆ, ଦଲାଲ ଏବଂ ତହସିଲଦାର କଥା ହେଉଥିବାର ଅଡିଲ ଟେପରେ ଲକ୍ଷେ ଟଙ୍କା ଦେଲେ ମୋରମ ବୋଝେଇ ଟ୍ରକକୁ ବିନା କୌଣସି ଫାଇନରେ ଛାଡିଦିଆଯିବ ବୋଲି ଦଲାଲ ଅଭିଜିତ ମହଲ ବାଲିମାଫିଆଙ୍କୁ ପ୍ରତିଶ୍ରୁତି ଦେଉଥିଲେ । ପୋଲିସ ଏହି ଘଟଣାରେ ଦଲାଲ ଅଭିଜିତ ମହଲକୁ ଗିରଫ କରିସାରିଛି ।