କନକ ବ୍ୟୁରୋ : ବାଲିଗୁଡ଼ା କୋଟଗଡ଼ ବ୍ଲକର ଜୁବାଗୁଡ଼ା ସମିତି ସଭ୍ୟ ପ୍ରାର୍ଥୀ ଷ୍ଟିଫାନ ପ୍ରଧାନଙ୍କୁ ଅପହରଣ ଅଭିଯୋଗ । ଥାନା ଆଗରେ ଲୋକଙ୍କ ଉତ୍ତେଜନା । ତୁମୁଡ଼ିବନ୍ଧ ମୁନିଗୁଡ଼ା ରାସ୍ତା ଅବରୋଧ କଲେ ଉତ୍ୟକ୍ତ ଲୋକେ । ବାଲିଗୁଡ଼ା ଏସଡିପିଓ ଘଟଣା ସ୍ଥଳରେ ପହଂଚି ବୁଝାସୁଝା କରୁଛନ୍ତି । ରାଜନୈତିକ ଷଡ଼ଯନ୍ତ୍ର ରହିଥିବା କୁହାଯାଉଛି ।

Advertisment

ସେପଟେ, ଭୋଟ ଗ୍ରହଣ ଚାଲିଥିବା ବେଳେ ଭୋଟ ବାକ୍ସରେ ପାଣି ଢାଳିଦେଲେ ବିଜେପି ଏଜେଂଟ । ବାଲିପାଟଣା ବ୍ଲକ ସୋମଣା ଶାସନ ପଂଚାୟତର ସୋମଣା ପ୍ରଧାନର ୩ ନଂବର ବୁଥରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଥିଲା । ତେବେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ କମୁଥିବା ଜାଣିବା ପରେ ଉତକ୍ଷିପ୍ତ ହୋଇ ବିଜେପି ଏଜେଂଟ ଏଭଳି କାଣ୍ଡ କରିଥିବା କୁହାଯାଉଛି ।

ଖବର ପାଇ ଘଟଣାସ୍ଥଳକୁ ଭୁବନେଶ୍ୱର ଉପଜିଲ୍ଲାପାଳ, ବାଲିପାଟଣା ତହସିଲଦାର, ନିର୍ବାଚନ ଅଧିକାରୀ, ଥାନା ଅଧିକାରୀ ଘଟଣାସ୍ଥଳକୁ ଯାଇଥିଲେ । ପ୍ରଶାସନ ପକ୍ଷରୁ ସୋମଣା ପ୍ରଧାନର ୩ ନଂବର ବୁଥକୁ ଅସିଦ୍ଧ ଘୋଷଣା କରାଯାଇଛି । ସେହିପରି ପାଣି ଢାଳିଥିବା ଏଜେଂଟଙ୍କ ବିରୋଧରେ ବାଲିପାଟଣା ଥାନାରେ ପ୍ରଶାସନ ପକ୍ଷରୁ ମାମଲା ରୁଜୁ ହୋଇଛି ।