କନକ ବ୍ୟୁରୋ : ତହସିଲଦାରଙ୍କୁ ଅଫିସ ଭିତରେ ଅଟକ ରଖି ତାଲା ପକାଇଲେ ଚାଷୀ । କଳାହାଣ୍ଡି କୋଟାଗାଁ ମଣ୍ଡିର ଧାନକ୍ରୟ ଦ୍ୱାୟିତ୍ୱ ସ୍ୱଂୟ ସହାୟକ ଗୋଷ୍ଠୀ ବଦଳରେ ପେକ୍ସକୁ ପ୍ରଦାନ କରିବା ଦାବିରେ କଲମପୁର ତହସିଲ କାଯ୍ୟାଳୟ ଆଗରେ କୋଟାଗାଁ ଚାଷୀଙ୍କ ଧାରଣା । ତହସିଲଦାରଙ୍କୁ କାଯ୍ୟାଳୟ ଭିତରେ ତାଲା ପକାଇ ଅଟକ ରଖିଲେ ଅସନ୍ତୁଷ୍ଟ ଚାଷୀ । ଚାଷୀମାନେ ବହୁଦିନ ହେବ ଧାନ କିଣା ଦାୟିତ୍ୱ, ସ୍ୱଂୟ ସହାୟକ ଗୋଷ୍ଠୀ ବଦଳରେ ପେକ୍ସକୁ ପ୍ରଦାନ କରିବା ପାଇଁ ପ୍ରଶାସନକୁ ନିବେଦନ କରି ଆସୁଥିଲେ ।

Advertisment

ହେଲେ ପ୍ରଶାସନ ଚାଷୀଙ୍କ କଥା ନଶୁଣିବାରୁ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସ୍ୱଂୟ ସହାୟକ ଗୋଷ୍ଠୀ ଭଲଭାବେ ଧାନକିଣା ଦାୟିତ୍ୱ ତୁଲାଉନାହାନ୍ତି, ଚାଷୀମାନେ ଧାନ ବିକ୍ରି କରିଥିବା ପଇସା ବି ଏଯାଏଁ ପାଇନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ସେପଟେ ଚାଷୀଙ୍କ ପଞ୍ଜିକରଣ ଆରମ୍ଭ ହୋଇଥିବା ବେଳେ ସେମାନେ ପେକ୍ସରେ ପଞ୍ଜିକରଣ କରିବେ କି ସ୍ୱଂୟ ସହାୟକ ଗୋଷ୍ଠୀରେ ପଞ୍ଜିକରଣ କରିବେ ତାହା ଜାଣିପାରୁନାହାନ୍ତି ବୋଲି କହିଛନ୍ତି ଉତ୍ୟକ୍ତ ଚାଷୀ ।