କନକ ବ୍ୟୁରୋ : ଭୋଟ ସଂଗ୍ରହ ବେଳେ ଅନିୟମିତତା ଅଭିଯୋଗ । ପୁରୁଣା ବାଲେଶ୍ୱର ୧ ନମ୍ବର ୱାର୍ଡ଼ରେ ଉତ୍ତେଜନା । ଭୋଟ ସଂଗ୍ରହ ପାଇଁ ଆସିଥିବା ପ୍ରିଜାଇଡ଼ିଂ ଅଫିସରଙ୍କୁ ଅଟକ ରଖିଲେ ଗ୍ରାମବାସୀ । କରୋନା ସମୟରେ ପୋଷ୍ଟାଲ ବାଲଟର ନିୟମରେ ହୋଇଛି କିଛି ପରିବର୍ତ୍ତନ । କିଛି ନିଦ୍ଦିଷ୍ଟ ବର୍ଗର ଲୋକ ଘରେ ରହି ମଧ୍ୟ ଭୋଟ ଦେଇପାରିବେ ।
ହେଲେ ବୟସ୍କ ବ୍ୟକ୍ତିଙ୍କ ଭୋଟରେ ଅନିୟମିତତା ଅଭିଯୋଗ ହୋଇଛି । ସୁସ୍ଥ ଓ ସକ୍ଷମ ମହିଳାଙ୍କୁ ଭୁଲ ତଥ୍ୟ ଦେଇ ଘରେ ବସି ଭୋଟ ଦେବାକୁ କହି ପ୍ରବର୍ତ୍ତାଇ ଭୋଟ ନେଇଛନ୍ତି ପ୍ରିସାଇଡ଼ିଂ ଅଫିସର । ମହିଳା ଜଣଙ୍କ କେନ୍ଦ୍ରକୁ ଯାଇ ଭୋଟ ଦେବେ କହିବାରୁ କରୋନା ପାଇଁ ଏପରି ନୂଆ ନିୟମରେ ଭୋଟ ହେଉଥିବା କହି ଭୋଟ ଗ୍ରହଣ କରିଛନ୍ତି ଅଧିକାରୀ । ଏକଥା ପ୍ରଘଟ ହେବା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/20-22.jpg)