କନକ ବ୍ୟୁରୋ: ଓଡିଶା ବନ ଉନ୍ନୟନ ନିଗମ ଆସିଷ୍ଟାଣ୍ଟ ଗ୍ରେଡ-୩ ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆଣି କାର୍ଯ୍ୟାଳୟ ସମ୍ମୁଖରେ ଆଶାୟୀ ପ୍ରାର୍ଥୀଙ୍କ ଧାରଣା । ମେଡିକାଲ୍ ଟେଷ୍ଟରେ ଅନିୟମିତତା ଅଭିଯୋଗ ଆଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାକିରି ଆଶାୟୀ । ଓଏଫଡିସି ଫିଲ୍ଡ ଆସିଷ୍ଟାଣ୍ଡ ଗ୍ରେଡ-୨ ଏବଂ ଗ୍ରେଡ-୩ର ୨ ଶହରୁ ଅଧିକ ପୋଷ୍ଟ ପାଇଁ ମେଡିକାଲ ଟେଷ୍ଟ କରାଯାଇଥିଲା । ଉପଯୁକ୍ତ ପ୍ରାର୍ଥୀଙ୍କୁ ପ୍ରଥମେ ମେଡିକାଲ ଟେଷ୍ଟରେ ଚୟନ କରି ପରେ ମନା କରାଯାଇଥିବା ଅଭିଯୋଗ କରିଛନ୍ତି ଆଶାୟୀ । ଏନେଇ ଓଏଫଡିସି କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯାଇଛି ।