ବ୍ଲକ କାର୍ଯ୍ୟାଳୟରେ ବାବୁ ହେଲେ ହଟହଟା, ନାକେଦମ୍ କରିଦେଲେ ଉତ୍ତ୍ୟକ୍ତ ମହିଳା। ପଞ୍ଚାୟତ କମ୍ୟୁନିଟି ରିସର୍ଚ୍ଚ ପର୍ସନ’ ଓ ‘ମାଷ୍ଟର ବୁକ୍ କିପର’ ଚୟନରେ ଅନିୟମିତତା ଅଭିଯୋଗ

ବ୍ଲକ କାର୍ଯ୍ୟାଳୟରେ ବାବୁ ହେଲେ ହଟହଟା, ନାକେଦମ୍ କରିଦେଲେ ଉତ୍ତ୍ୟକ୍ତ ମହିଳା। ପଞ୍ଚାୟତ କମ୍ୟୁନିଟି ରିସର୍ଚ୍ଚ ପର୍ସନ’ ଓ ‘ମାଷ୍ଟର ବୁକ୍ କିପର’ ଚୟନରେ ଅନିୟମିତତା ଅଭିଯୋଗ

କନକ ବ୍ୟୁରୋ: କଣାସ ଚେୟାରମ୍ୟାନ ଓ ବିଡିଓଙ୍କୁ ତାଲା ପକାଇଲେ ଉତ୍ତ୍ୟକ୍ତ ମହିଳା । କଣାସ ବ୍ଲକର ଅନେକ ପଞ୍ଚାୟତର କମ୍ୟୁନିଟି ରିସର୍ଚ୍ଚ ପର୍ସନ ଓ ମାଷ୍ଟର ବୁକ କିପର ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ଉତ୍ୟକ୍ତ ମହିଳା ତାଲା ପକାଇଛନ୍ତି । ଏନେଇ ବାରମ୍ବାର ବିଡିଓଙ୍କ ନିକଟରେ ଅଭିଯୋଗ କରିଆସୁଥିଲେ କିଛି ମହିଳା ଗୋଷ୍ଠୀ । ହେଲେ ଲୋକଙ୍କ ଅଭିଯୋଗକୁ ଖାତିର କରିନଥିଲେ ବିଡିଓ । ଅଭିଯୋଗ ସତ୍ୱେ କୌଣସି ତଦନ୍ତ ହୋଇନଥିଲା । ଏହାକୁ ନେଇ ଉତ୍ୟକ୍ତ ମହିଳା କାହିଁକି ତଦନ୍ତ ହେଉନି କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ କହି ବିଡିଓଙ୍କୁ ଘେରିଯାଇ ହୋହଲା କରିଥିଲେ ।

ଏହାରି ଭିତରେ ବ୍ଲକ କାର୍ଯ୍ୟାଳୟରେ ବିଡିଓ, ଚେୟାରମ୍ୟାନ ଥିବା ବେଳେ ବାହାରୁ ତାଲା ପକାଇ ଦେଇଥିଲେ ସ୍ଥାନୀୟ ଅଂଚଳର ମହିଳା ।  ଖବର ପାଇ କଣାସ ପୋଲିସ ଘଟଣାସ୍ଥଳରେ ଉତ୍ୟକ୍ତ ମହିଳାଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe