କନକ ବ୍ୟୁରୋ: କଣାସ ଚେୟାରମ୍ୟାନ ଓ ବିଡିଓଙ୍କୁ ତାଲା ପକାଇଲେ ଉତ୍ତ୍ୟକ୍ତ ମହିଳା । କଣାସ ବ୍ଲକର ଅନେକ ପଞ୍ଚାୟତର କମ୍ୟୁନିଟି ରିସର୍ଚ୍ଚ ପର୍ସନ ଓ ମାଷ୍ଟର ବୁକ କିପର ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ଉତ୍ୟକ୍ତ ମହିଳା ତାଲା ପକାଇଛନ୍ତି । ଏନେଇ ବାରମ୍ବାର ବିଡିଓଙ୍କ ନିକଟରେ ଅଭିଯୋଗ କରିଆସୁଥିଲେ କିଛି ମହିଳା ଗୋଷ୍ଠୀ । ହେଲେ ଲୋକଙ୍କ ଅଭିଯୋଗକୁ ଖାତିର କରିନଥିଲେ ବିଡିଓ । ଅଭିଯୋଗ ସତ୍ୱେ କୌଣସି ତଦନ୍ତ ହୋଇନଥିଲା । ଏହାକୁ ନେଇ ଉତ୍ୟକ୍ତ ମହିଳା କାହିଁକି ତଦନ୍ତ ହେଉନି କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ କହି ବିଡିଓଙ୍କୁ ଘେରିଯାଇ ହୋହଲା କରିଥିଲେ ।
ଏହାରି ଭିତରେ ବ୍ଲକ କାର୍ଯ୍ୟାଳୟରେ ବିଡିଓ, ଚେୟାରମ୍ୟାନ ଥିବା ବେଳେ ବାହାରୁ ତାଲା ପକାଇ ଦେଇଥିଲେ ସ୍ଥାନୀୟ ଅଂଚଳର ମହିଳା । ଖବର ପାଇ କଣାସ ପୋଲିସ ଘଟଣାସ୍ଥଳରେ ଉତ୍ୟକ୍ତ ମହିଳାଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/08/2-25.jpg)