ଧାନ କିଣାରେ ଅନିୟମିତତା ଅଭିଯୋଗ : ଧାନବସ୍ତା ଓ ଲଙ୍ଗଳ ରଖି ଡ଼େଲାଙ୍ଗ ହାଟ ବଜାରରେ ରାସ୍ତା ରୋକ କଲେ ଚାଷୀ

66

କନକ ବ୍ୟୁରୋ : ଧାନ କିଣାରେ ଅନିୟମିତତା ଅଭିଯୋଗ । ଧାନ ବସ୍ତା ଓ ଲଙ୍ଗଳ ରଖି ଡ଼େଲାଙ୍ଗ ହାଟ ବଜାରରେ ରାସ୍ତା ରୋକ କଲେ କୃଷକ । କୃଷକ ନେତା ଅଶୋକ ପ୍ରଧାନଙ୍କ ନେତୃତ୍ୱରେ ସ୍ଥାନୀୟ ଚାଷୀମାନେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ପଟ୍ଟନାୟିକିଆ-ଖୋଦ୍ଧା ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି ।

କେନ୍ଦ୍ର ସରକାର ଧାନର ସହାୟକ ମୁଲ୍ୟ ବୃଦ୍ଧି କରି ଚାଷୀଙ୍କୁ ଉନ୍ନତି କରୁଥିବା ବେଳେ ରାଜ୍ୟ ସରକାର ଚାଷୀଙ୍କ ଧାନ କିଣିପାରୁନଥିବା ଅଭିଯୋଗ କରିଛନ୍ତି ଚାଷୀ । ପୂର୍ବରୁ ତହସିଲଦାର ଏହି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ସମସ୍ୟାର ସମାଧାନ ହୋଇନଥିବାରୁ ଆଜି ଚାଷୀ ମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।