କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଜାଲିଆତି ଅଭିଯୋଗ: ବିନା ଫଳାଫଳରେ ନିଯୁକ୍ତି ଦିଆଯାଉଥିବା ଅଭିଯୋଗ ଆଣିଲେ ଆଶାୟୀ ପ୍ରାର୍ଥୀ

1,593

କନକ ବ୍ୟୁରୋ: କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ବଡ଼ ଦୁର୍ନୀତି ଅଭିଯୋଗ ଆଣିଲେ ଆଶାୟୀ ଶିକ୍ଷକ ପ୍ରାର୍ଥୀ । ରେଜଲ୍ଟ ବାହାର ନ କରି ମେରିଟ ଲିଷ୍ଟ ବାହାର କରିଦେଲେ । ୭ ବର୍ଷ ଅପେକ୍ଷା କରି ନିରାଶ କରି ଦେଲେ ରାଜ୍ୟ ସରକାର । ଜିଲ୍ଳା ଭିତିକ ନୁଯୁ୍କ୍ତି ୍ଦର୍ଶାଇ ବାହାର ପ୍ରାର୍ଥୀ କୁ ଦେଲେ ପ୍ରାଧାନ୍ୟ ।ରେଜଲ୍ଟ ବାହାର ନ କରି ନିଯୁ୍କ୍ତି ପାଇଁ ଖାସ ଆଶାୟୀ ଙ୍କ ସାର୍ଟିଫିକେଟ ଯାଚଂ ଆସିଲା ସୁଚନା । ସରକାର ଙ୍କ ଏଭଳି ରେ ଗୁଣାତ୍ମକ ଶିକ୍ଷା ପାଇବା ବୃଥା ବୋଲି ପ୍ରଶ୍ନ ଉଠାଇଲେ ଶିକ୍ଷାବିତ ।

କନିଷ୍ଠ ଶିକ୍ଷକ ନିଯୁକ୍ତିକୁ ନେଇ ଆସିଲା ସାଂଘାତିକ ଅଭିଯୋଗ । କନିଷ୍ଠ ଶିକ୍ଷକ ପଦବୀ ପୂରଣ ପାଇଁ ଫଳାଫଳ ବାହାର ନକରି ମେରିଷ୍ଟ ଲିଷ୍ଟ ବାହାରିଥିବା ଅଭିଯୋଗ ହୋଇଛି । ଏପରିକି ବିନା ଫଳାଫଳରେ ନିଯୁକ୍ତି ଦିଆଯାଉଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କୋରାପୁଟ ଜିଲ୍ଲାର କିଛି ଆଶାୟୀ ପ୍ରାର୍ଥୀ ।

କୋରାପୁଟ ଜିଲ୍ଲାର ଅନେକ ସ୍କୁଲରେ ଆବଶ୍ୟକ ଅନୁସାରେ, ଶିକ୍ଷକ ନିଯୁକ୍ତି ହୋଇ ପାରି ନାହିଁ । ତେବେ ଏହାକୁ ସୁଧାରିବାକୁ ଯାଇ ରାଜ୍ୟ ସରକାର ୨୦୧୬ର ସଂକଳ୍ପ ଅନୁସାରେ, ୨୦୨୩ରେ ମଧ୍ୟ ସମାନ ନିୟମ ରଖିଥିଲେ । ଜିଲ୍ଳା ଭିତିକ ନିଯୁକ୍ତି ପାଇଁ ହାଇକୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଶିକ୍ଷକ ପଦବୀ ପୂରଣ ପାଇଁ ପରୀକ୍ଷା ଫଳାଫଳ ବାହାର ନକରି ମେରିଟ ଲିଷ୍ଟ ବାହାର କରିଦେଇଛନ୍ତି । ଏବେ ସିଟି-ବିଏଡ୍ କରି ଆଶାୟୀ ପ୍ରାର୍ଥୀ କ’ଣ କରିବେ ବୋଲି ପ୍ରଶ୍ନ ଉଠାଇଛନ୍ତି ।

ସରକାରଙ୍କ ଏଭଳି ନିଷ୍ପତିରେ ଗୁଣାତ୍ମକ ଶିକ୍ଷା ମିଳିବ ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ଶିକ୍ଷାବିତ । ନୂଆ ଶିକ୍ଷାନୀତି ଅନୁସାରେ, ଆଶାୟୀ ପ୍ରାର୍ଥୀଙ୍କୁ ୩ଟି ଭାଷା ଜାଣିବା ଦରକାର । ତେବେ ବାହାର ଶିକ୍ଷକଙ୍କୁ ସ୍ଥାନୀୟ ଭାଷା କହିବାରେ ସମସ୍ୟା ହେଉଥିବାରୁ ପିଲାମାନଙ୍କ ମାନସିକ ସ୍ତରରେ କୌଣସି ବୃଦ୍ଧି ହୋଇପାରୁନାହିଁ । ତେଣୁ ସ୍ଥାନୀୟ ଆଶାୟୀ ପ୍ରାର୍ଥୀଙ୍କୁ ଯଦି ନିଯୁକ୍ତି ମିଳେ, ତାହେଲେ ପିଲାମାନଙ୍କର ଭାଷା ଜ୍ଞାନ ବଢ଼ିବା ସହ ସ୍କୁଲରେ ଉପସ୍ଥାନ ମଧ୍ୟ ବଢ଼ିବ ବୋଲି ଶିକ୍ଷାବିତ୍ କହିଛନ୍ତି । ସେପଟେ ଅନିୟମିତତାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଜୟପୁର ବିଧାୟକ ତାରା ବାହିନୀପତି । ଶିକ୍ଷକ ନିଯୁକ୍ତି କେବଳ ସରକାରୀ କାଗଜ କଲମରେ ରହିବ ତାହା ନୁହେଁ ଗୁଣାତ୍ମକ ଶିକ୍ଷା ପାଇଁ ଆମର ବ୍ୟବସ୍ଥାରେ ପରିବର୍ତନ ଆଣିବାକୁ ପଡ଼ିବ ।