କନକ ବ୍ୟୁରୋ : ଫରେନସିକ୍ ଲ୍ୟାବରୁ ମୃତ୍ୟୁ ମାମଲାର ଫାଇଲ ଚୋରି ଅଭିଯୋଗ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ମୃତକଙ୍କ ସ୍ୱାମୀ । କାହିଁକି ଓ କିଏ ଚୋରି କଲା, ତାର ସିବିଆଇ ତଦନ୍ତ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସ୍ୱାମୀ ନନ୍ଦକିଶୋର ମଲ୍ଲିକ । ଏହା ସହ କନକ ନ୍ୟୁଜରେ ସେଦିନର ଲୋମଟାଙ୍କୁରା କାହାଣୀ କହିଛଉନ୍ତି ନନ୍ଦକିଶୋର ମଲ୍ଲିକ । ୨୦୧୭ରେ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା କଦମ ସାହିରେ ୫ବର୍ଷ ପୂର୍ବରୁ ଘଟିଥିଲା ଏହି ବୀଭତ୍ସ ହତ୍ୟାକାଣ୍ଡ ।

Advertisment

ରୋଷେଇ ଘରେ ପଶି ତାଙ୍କ ପତ୍ନୀଙ୍କ ମୁଣ୍ଡକୁ ଲୁହାରଡ଼ରେ ପିଟି ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ସ୍ୱାମୀ ନନ୍ଦକିଶୋର ମଲ୍ଲିକ । ଦୋଷୀ ଧରାପଡିବା ପୂର୍ବରୁ ପ୍ରମାଣକୁ ଚୋରୀ କରିବା ଏହି ଘଟଣାକୁ ଆହୁରି ରହସ୍ୟମୟ କରିଦେଇଛି । ହତ୍ୟାକାଣ୍ଡ ଫାଇଲ ବନ୍ଦ କରିବା ପାଇଁ ଚାଲିଛି କି ଷଡଯନ୍ତ୍ର, ତାକୁ ନେଇ ଉଠିଛି ପ୍ରଶ୍ନ । ଏସଏଫଏସଏଲ ଭଳି ସମ୍ବେଦନଶୀଳ ଜାଗାରୁ କେମିତି ଗାଏବ ହୋଇଗଲା ଗୁରୁତ୍ୱପୂର୍ଣ୍ଣ ଫାଇଲ ? ୫ ବର୍ଷ ହେଲା ଅଭିଯୁକ୍ତ ଧରାପଡ଼ି ନଥିବା ବେଳେ ଫାଇଲ ଗାଏବ ଡ୍ରାମା କରି କାହାକୁ ବଂଚାଇବାକୁ ଚେଷ୍ଟା କରାଯାଉନି ତ ?