କୋଭିଡ ପରିଚାଳନାରେ ସାଂଘାତିକ ତ୍ରୁଟି ଅଭିଯୋଗ : ଅଣ ସଂକ୍ରମିତ ଶିଶୁଙ୍କୁ ସଂକ୍ରମିତ ବାପା ମାଆଙ୍କ ସାଙ୍ଗରେ କୋଭିଡ ହସ୍ପିଟାଲ ପଠାଇଲା ପ୍ରଶାସନ; ଭିଡିଓ ସୁଟ କରି ଏହି ଅଭିଯୋଗ ଆଣିଲେ ଆକ୍ରାନ୍ତ ବ୍ୟକ୍ତି  

240

କନକ ବ୍ୟୁରୋ : କୋଭିଡ ପରିଚାଳନା ସାଂଘାତିକ ତ୍ରୁଟି ଅଭିଯୋଗ । ସମ୍ବଲପୁରରୁ ଆସିଛି ଏହି ସାଂଘାତିକ ଅଭିଯୋଗ । ଅଣ ସଂକ୍ରମିତ ଶିଶୁଙ୍କୁ ସଂକ୍ରମିତ ବାପା ମାଆଙ୍କ ସାଙ୍ଗରେ କୋଭିଡ ହସ୍ପିଟାଲ ପଠାଇଛି ପ୍ରଶାସନ । କୋଭିଡ ହସ୍ପିଟାଲରୁ ଭିଡିଓ ସୁଟ କରି ଏହି ଅଭିଯୋଗ ଆଣିଛନ୍ତି, ସମ୍ବଲପୁରର ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି । ଏହାଛଡା ୧୮ ଜଣ ଆକ୍ରାନ୍ତଙ୍କ ପାଇଁ କମନ ପାଇଖାନା ଓ ଗାଧୁଆ ଘର ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ଉଭୟ ପତି ଓ ପତ୍ନୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ହେଲେ ତାଙ୍କ ଦୁଇ ଛୁଆ ନେଗେଟିଭ ଥିଲେ ମଧ୍ୟ ପ୍ରଶାସନ ବାପା, ମାଆଙ୍କ ସହ ତାଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦେଇଛନ୍ତି । ଛୋଟ ଶିଶୁଙ୍କ ରୋଗ ପ୍ରତିରୋଧକ ଶକ୍ତି କମ ଥିବା ଜାଣି ସୁଦ୍ଧା ପ୍ରଶାସନ କିପରି ଶିଶୁଙ୍କ ମରଣ ମୁହଁକୁ ଠେଲି ଦେଲା ବୋଲି ସାଧାରଣରୁ ପ୍ରଶ୍ନ ସୃଷ୍ଟି ହୋଇଛି ।