କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖଉଛି ସେତିକି ଉଷ୍ମ ହେଉଛି ଗାଁ ରାଜନୀତି । ନିର୍ବାଚନ ଲଢୁଥିବା ବିଭିନ୍ନ ପ୍ରାର୍ଥି ଘର ଘର ବୁଲି ପ୍ରଚାର କରୁଛନ୍ତି । ଠିକ୍ ଏହି ସମୟରେ ଭୋଟ୍ ବର୍ଜନ ଚେତାବନୀ ଦେଇଛନ୍ତି ଭୋଟର । ବୌଦ୍ଧ ଅଡ଼େଣିଗଡ଼ ପଂଚାୟତର ୪ଟି ଗାଁର ଲୋକେ ବିଭିନ୍ନ ମୌଳିକ ସମସ୍ୟା ନେଇ ପ୍ରତିବାଦ କରିଛନ୍ତି । ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିବା ସହ ଭୋଟ୍ ବର୍ଜନ ଚୋବନୀ ଦେଇଛନ୍ତି ।

Advertisment

ଅଡ଼େଣିଗଡ଼ ପଂଚାୟତର ଦୁର୍ଗମ ଅଂଚଳ ଭାବେ ଜଣାସୁଣା କଣ୍ଡରା, କାଚପାଜୁ, ବାଙ୍କପାଜୁ ଓ ସୁଲକେଟି ଗାଁକୁ ନିତିଦିନଆ ରାସ୍ତା, ପାନୀୟ ଜଳ ସୁବିଧା ନାହିଁ । ଏହାକୁ ନେଇ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ଗ୍ରାମବାସୀ । ଆଦିବସୀ ହରିଜନ ସଂଗ୍ରମ ସମିତି ସହଯୋଗରେ ୪ଟି ଗାଁର ଲୋକେ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଦାବି ପୁରଣ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।