ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କ ନାଁରେ ଅପପ୍ରଚାର ଅଭିଯୋଗ। ନିର୍ବାଚନ କମିଶନଙ୍କ ପାଖରେ ହେଲେ ଫେରାଦ।

ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କ ନାଁରେ ଅପପ୍ରଚାର ଅଭିଯୋଗ। ନିର୍ବାଚନ କମିଶନଙ୍କ ପାଖରେ ହେଲେ ଫେରାଦ।

କନକ ବ୍ୟୁରୋ: କାଲି ଧାମନଗର ଉପନିର୍ବାଚନ ପାଇଁ ଭୋଟିଂ ଥିବାବେଳେ, ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କ ନାଁରେ ଅପପ୍ରଚାର ଚାଲିଥିବା ଅଭିଯୋଗ ହୋଇଛି । ଏକ ଅଡିଓ ଭାଇରାଲ ହେଉଛି । ଏଥିରେ ଜଣେ ଯୁବତୀଙ୍କ ସ୍ୱର ଶୁଣାଯାଉଛି । ଖବର ପଢିବା ଶୈଳୀରେ ଯୁବତୀ ଜଣକ କିଛି ସୂଚନା ଦେଉଛନ୍ତି । ଭାଇରାଲ ଅଡିଓରେ ଯୁବତୀ ଜଣକ କହୁଛନ୍ତି ଯେ, ତିହିଡି ବ୍ଲକ ଶ୍ୟାମସୁନ୍ଦରପୁର ପଂଚାୟତରେ ଯୁବକଙ୍କୁ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ସମର୍ଥକମାନେ ଛୁରିମାଡ କରିଛନ୍ତି । ଏହି ଅଂଚଳରେ ପୋଲିସ ୧୪୪ ଧାରା ଜାରି କରିଛି । ଭୋଟିଂର ଦିନକ ଆଗରୁ ଏଭଳି ଅଡିଓ ଭାଇରାଲ ହେବାପରେ ନିର୍ବାଚନ କମିଶନଙ୍କ ଦୃଷ୍ଟିକୁ ଆଣିଛନ୍ତି ରାଜେନ୍ଦ୍ର ଦାସ ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏ ବାବଦରେ ସେ ଜଣାଇଥିବା କହିଛନ୍ତି । ତାଙ୍କୁ ବଦନାମ କରିବା ପାଇଁ ବିରୋଧୀ ଗୋଷ୍ଠୀ ତାଙ୍କ ବିରୋଧରେ ଏଭଳି ଅପପ୍ରଚାର କରୁଥିବା ସେ ଅଭିଯୋଗ କରିଛନ୍ତି । ତେବେ ନିର୍ବାଚନ ଉପରେ ଏଭଳି ଅପପ୍ରଚାରର କୌଣସି ପ୍ରଭାବ ପଡିବ ନାହିଁ ବୋଲି ଦମ୍ଭୋକ୍ତି କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ । ଦେଖିନିଅନ୍ତୁ ଭାଇରାଲ ହେଉଥିବା ଅଡିଓ ଏବଂ ଏନେଇ ରାଜେନ୍ଦ୍ର କୁମାର ଦାସଙ୍କ ପ୍ରତିକ୍ରିୟା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe