ରାସ୍ତା କାମରେ ଦୁର୍ନୀତି ଅଭିଯୋଗ । ରାସ୍ତାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ କଲେ ସ୍ଥାନୀୟ ବାସିନ୍ଦା

85

କନକ ବ୍ୟୁରୋ: ରାସ୍ତା କାମରେ ଦୁର୍ନୀତି ଅଭିଯୋଗ । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ରାସ୍ତାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା । କଟକ ଜିଲ୍ଲା କଣ୍ଟାପଡା ବ୍ଲକର ଏରଞ୍ଚ୍ ପର୍ଯ୍ୟନ୍ତ ନିର୍ମାଣ ହେଉଛି ରାସ୍ତା । ରାସ୍ତାଟି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ କରାଯାଉଛି । କାମରେ ଅହେତୁକ ବିଳମ୍ବ, ନିମ୍ନମାନର ନିର୍ମାଣ କରାଯାଉଥିବା ଅଭିଯୋଗ ହୋଇଛି । ତେବେ ସୂଚନା ଫଳକରେ ୩ଟି କଲଭର୍ଟ ପାଇଁ ଉଲ୍ଲେଖ ରହିଛି । ହେଲେ ଏହାକୁ ଅଣଦେଖା କରାଯାଉଛି । ରାସ୍ତାରେ ଢଳେଇ ପଡିବା ବେଳେ ବିଭାଗୀୟ ଅଧିକାରୀ ଉପସ୍ଥିତି ରହୁନଥିବାରୁ ଠିକାଦାର ମନଇଛା କାମ କରୁଥିବା ଅଭିଯୋଗ ହୋଇଛି । ସେପଟେ ସବୁ ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ସଂପୃକ୍ତ ଠିକାଦାର । ତେବେ ନିମ୍ନମାନର ନିର୍ମାଣକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଅସନ୍ତୋଷ ଦାନା ବାନ୍ଧୁଥିବା ବେଳେ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି କହିଛନ୍ତି ।