ମନରେଗା ଯୋଜନା ନାଁରେ ମହାଦୁର୍ନୀତି ଅଭିଯୋଗ: ମୃତ ବ୍ୟକ୍ତି ଓ ପ୍ରକଳ୍ପ ନାଁରେ ଟଙ୍କା ହଡ଼ପ ଅଭିଯୋଗ

105

କନକ ବ୍ୟୁରୋ: ମଲାଲୋକ କାମ କରିଛନ୍ତି । ସରପଂଚ ମଧ୍ୟ କାମକରି ଟଙ୍କା ଉଠାଇଛନ୍ତି । ଫଳକ ନାହିଁ , ପ୍ରକଳ୍ପ ନାହିଁ ହେଲେ ହେଲେ କାମ ନାମରେ ଟଙ୍କା ଉଠାଇ ଚଳୁ ହୋଇଛି । ଏମ୍.ଜି.ଏନ୍.ଆର.ଇ.ଜି.ଏ ଓ ମୋ ବଗିଚା କାମରେ କୋଟିଏ ରୁ ଉଦ୍ଦ୍ୱର୍ ଟଙ୍କାର ଦୁର୍ନିତି । ଲୋକପାଳ ନିକଟରେ ଅଭିଯୋଗ ପରେ ଲୋକପାଳ କାର୍ଯ୍ୟାଳୟ ତରଫରୁ ୫ ଜଣିଆ ଟିମ୍ ଆସି ଜାଚଂ କଲେ ଦୁର୍ନିତିର ଲମ୍ବା ତାଲିକା । ଭଂଜନଗର ଉପଖଣ୍ଡର ବେଲଗୁଣ୍ଠା ବ୍ଳକରେ ହୋଇଛି ମହାଦୁନ୍ନିତି । ବ୍ଳକର ପାଇଲିପଡ଼ା ପଂଚାୟତରେ ଏମ୍.ଜି.ଏନ୍.ଆର.ଇ.ଜି.ଏ ଓ ମୋ ବଗିଚା କାମରେ ଆଦୈା କାମ ନକରି ସରକାରୀ ଟଙ୍କାକୁ କୋଟିଏରୁ ଉଦ୍ଦ୍ୱର୍ ଟଙ୍କା ଚଳୁ କରାଯାଇଛି । ଏପରିକି ମଲା ଲୋକ ନାମରେ ଓ ନିଜେ ସରପଂଚ ନିଜ ନାମରେ କାମ କରି ଟଙ୍କା ଉଠାଇବା ସହ ପ୍ରକଳ୍ପ ନଥାଇ କାମ ହୋଇଥିବା ଦର୍ଶାଇ ଟଙ୍କା ହଡ଼ପ କରାଯାଇଛି । ଏଭଳି ଅଭିଯୋଗ ଖୋଦ ପଂଚାୟତର ୱାର୍ଡ଼ ମେମ୍ବର ବିଡ଼ିଓ ଓ ଜିଲ୍ଲାପାଳଙ୍କୁ ଅବଗତ କରିବାପରେ କୈାଣସି ସୁପଂଳ ନମିଳିବାରୁ ଲୋକାୟୁକ୍ତ ନିକଟରେ ଅଭିଯୋଗ କରିଥିଲେ । ଲୋକାୟୁକ୍ତର ବରିଷ୍ଟ ଅଧିକାରୀଙ୍କ ସହ ୫ ଜଣିଆ ଟିମ୍ ଆସି ତଦନ୍ତ କରି ଫେରିଛନ୍ତି । ଦୁନ୍ନିତି ହୋଇଥିବା କଥାକୁ ଲୋକାୟୁକ୍ତର ସଦସ୍ୟମାନେ ନିଜେ ଦେଖି ରିପୋର୍ଟ ତଲବ କରିଛନ୍ତି ।

ମଲାଲୋକ କାମ କରିଛନ୍ତି । ସରପଂଚ ମଧ୍ୟ କାମକରି ଟଙ୍କା ଉଠାଇଛନ୍ତି । ଫଳକ ନାହିଁ, ପ୍ରକଳ୍ପ ନାହିଁ ହେଲେ ହେଲେ କାମ ନାମରେ ଟଙ୍କା ଉଠାଇ ଚଳୁ ହୋଇଛି । ମନରେଗା ଓ ‘ମୋ ବଗିଚା’ ଯୋଜନା ନାଁରେ କୋଟି କୋଟି ଉଦ୍ଧ୍ୱର୍ ଟଙ୍କାର ଦୁର୍ନୀତି ଅଭିଯୋଗ । ଭଂଜନଗର ଉପଖଣ୍ଡ ବେଲଗୁଣ୍ଠା ବ୍ଲକ୍, ପାଇଲିପଡ଼ା ପଂଚାୟତର ୧୭ ନମ୍ବର ୱାର୍ଡ ସଭ୍ୟ ସୀମାଂଚଳ ଜେନା ଆଣିଛନ୍ତି ଦୁର୍ନୀତିର ଏହି ସାଂଘାତିକ ଅଭିଯୋଗ । ସେ ଅଭିଯୋଗ କରିଛନ୍ତି ଯେ କେ. ନୂଆଗଡ଼ ଗ୍ରାମର ରଘୁନାଥ ପ୍ରଧାନ ୨୦୨୧ ମସିହା ମେ’ ୨୪ ତାରିଖରେ ମୃତ୍ୟୁବରଣ କରିଥିଲେ । କିନ୍ତୁ ତାଙ୍କ ନାଁରେ ଜବକାର୍ଡ କରି ଟଙ୍କା ହଡ଼ପ କରାଯାଇଛି । ସେହିପରି ଗ୍ରାମର ଭାବି ସ୍ୱାଇଁଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ନାଁରେ ଆସୁଛି ଟଙ୍କା । ଏନେଇ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ ସୀମାଂଚଳ । ଅଭିଯୋଗ ଆଧାରରେ ଲୋକାୟୁକ୍ତର ୫ଜଣିଆ ଟିମ୍ ପାଇଲିପଡ଼ା ପଂଚାୟତରେ ତଦନ୍ତ ଆରମ୍ଭ କରିଛନ୍ତି ।

ଅଭିଯୋଗ ସେତିକିରେ ସରିନାହିଁ । କେ. ନୂଅାଁଗଡ଼ର ଖୁଂଟୁଣି ନାଳ, ଧାନ ପୁଂଜାର ହନୁମାନ ବନ୍ଧ । ଏମିତି ନୂଆ ନୂଆ ପ୍ରକଳ୍ପର ନାମକରଣ କରି ଟଙ୍କା ହଡ଼ପ ନେଇ ଅଭିଯୋଗ ହୋଇଛି । ଏପରିକି ମୋ ବଗିଚା ଓ ମୋ ଆଶ୍ରମ ଯୋଜନା ନାଁରେ ମଧ୍ୟ ଟଙ୍କା ଆସିଥିବା ବେଳେ ତାହା କୌଣସି କାମରେ ଅଭିଯୋଗ ହୋଇଛି । ସେହିପରି ସେପଟେ ଦୁର୍ନୀତି କଥାକୁ ଯଦିଓ ସିଧାସଳଖ ସ୍ୱୀକାର କରିନାହାନ୍ତି ପାଇଲିପଡ଼ା ସରପଂଚ । କିନ୍ତୁ ନିଜ ଉପରେ ଲାଗିଥିବା ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ଅଭିଯୋଗ ଆଧାରରେ ଲୋକାୟୁକ୍ତ ପଂଚାୟତରେ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ପଂଚାୟତରେ ହରିଲୁଟ୍ ହୋଇଥିବା କୋଟି କୋଟି ଟଙ୍କା ଫେରସ୍ତ କରାଯିବ ନା ତଦନ୍ତ ବାଟବଣା ହେବ, ତାହା ଦେଖିବାକୁ ବାକିରହିଲା ।