ଧାନ କିଣାରେ ଦୁର୍ନୀତି ଅଭିଯୋଗ: କିଣାବିକା ନେଇ କୋଟି କୋଟି ଟଙ୍କା ହେରଫେର ଅଭିଯୋଗ

1,180

କନକ ବ୍ୟୁରୋ: ଧାନ କିଣାରେ ଦୁର୍ନୀତି । ଧାନ କିଣାବିକା ନେଇ କୋଟି କୋଟି ଟଙ୍କା ହେରଫେର ଅଭିଯୋଗ । ପାଖ ଜିଲ୍ଲାରେ ମିଲର୍ସ ଥାଇ କୋରାପୁଟରୁ ସମ୍ବଲପୁରକୁ ଧାନ କିଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନୁକମ୍ପା ଦେଖାଇ ୧୦୦ କୋଟିରୁ ଅଧିକ ଟଙ୍କା ହେରଫେର କରାଯାଇଥିବା ଅଭିଯୋଗ ହୋଇଛି । ତେବେ କାହା ପାଇଁ ଏହି ଅନୁକମ୍ପା ବୋଲି ଉଠିଛି ପ୍ରଶ୍ନ । ରବି ସିଜନରେ ଦ୍ୱିଫସଲି ଚାଷ ହେଉଥିବା ଜିଲ୍ଲା ଗୁଡିକରେ ସେହି ଜିଲ୍ଲାର ମିଲର୍ସ କିଣି ଥାନ୍ତି । କିନ୍ତୁ ଅନ୍ୟ ଜିଲ୍ଲାରେ ଅଧିକ ଧାନ ହେଲେ ନିୟମ ଅନୁସାରେ ପାଖ ଜିଲ୍ଲାରୁ ମିଲର୍ସ ଆସି ଧାନ ନେଇଥାନ୍ତି । ନିୟମ ହିସାବରେ ବଲାଙ୍ଗିରରେ ଡାଳୁଅ ଧାନ ହେଉ ନ ଥିବାବେଳେ ମିଲର୍ସ ମାନେ ୯୦ ପ୍ରତିଶତ ଚାଉଳ ଫେରାଇଥିଲେ । ତାପରେ ବି ବଲାଙ୍ଗୀରକୁ ଧାନ ନଦେଇ ସମ୍ବଲପୁରରେ ୪ଶହ କିଲୋମିଟର ଦୂରରେ ଥିବା ମିଲର୍ସ ଧାନ ନେଇ କମ୍ ଚାଉଳ ଫେରାଇଥିଲେ । ଦୂରରେ କିଣାବିକା ଯୋଗୁଁ ଅଧିକ ଟ୍ରାନ୍ସପୋର୍ଟ ଖର୍ଚ୍ଚ ହେବା ସହ ଦୂରରେ ମିଲର୍ସଙ୍କୁ ଦେବା ଘଟଣା ନେଇ ସାଧାରଣ ଲୋକଙ୍କ ମନରେ ଉଠିଛି ପ୍ରଶ୍ନ ?

ଧାନ କିଣାବିକାରେ ଟଙ୍କା ଖର୍ଚ୍ଚ କରାଯାଇ ଦୂରରେ ଥିବା ମିଲର୍ସଙ୍କୁ ଦିଆଯାଉଛି । ଯେଉଁଥିରେ ଘୋଟାଲା ଆଭାସ ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । କାହା ପାଇଁ ଓ କାହା ସ୍ୱାର୍ଥରେ କୋଟି କୋଟି ଟଙ୍କା ପାଣିରେ ପଡୁଛି । କେଉଁ କାରଣରୁ ମିଲର୍ସଙ୍କୁ ଦୟା କରାଯାଉଛି । ଧାନ କିଣାବିକା ଆରମ୍ଭରେ ବିଭାଗ ତରଫରୁ ମିଲର୍ସକୁ ଟ୍ରାନ୍ସପାର୍ଟ ନିୟମ ହିସାବରେ ଧାନ ଉଠାଇବା ପାଇଁ ନିୟମ କରାଯାଇଥିବା ବେଳେ ଏଥିରେ ସମ୍ପୁର୍ଣ୍ଣ ଉଲ୍ଲଂଘନ କରାଯାଇଛି କାହା ସ୍ୱାର୍ଥରେ ବୋଲିଉଠିଛି ପ୍ରଶ୍ନ? ଧାନ କିଣାରେ ଦୁର୍ନୀତି ସାଙ୍ଗକୁ ଟଙ୍କା ହେରଫେର ହେଉଥିବା ଘଟଣାର କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।