କଂଗ୍ରେସ ଟିକେଟ୍ ବଣ୍ଟନରେ ଦୁର୍ନୀତି ଅଭିଯୋଗ । ଟିକେଟ ପାଇଁ ପ୍ରଭାରୀ ୪୦ ଲକ୍ଷ ଟଙ୍କା ଦାବି କରୁଥିବା କହିଲେ ଆଶାୟୀ ପ୍ରାର୍ଥୀ

539

କନକ ବ୍ୟୁରୋ: କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା ପରେ ଟିକେଟ୍ ବଣ୍ଟନରେ ଦୁର୍ନୀତି ଅଭଯୋଗ ଆଣିଛନ୍ତି ନେତା । ବିଧାନସଭା ଟିକେଟ ଦେବାରେ ସ୍ୱଚ୍ଛତା ରହୁନଥିବା ଅଭିଯୋଗ ହୋଇଛି । ଟିକେଟ ପାଇଁ ପ୍ରଭାରୀ ଲକ୍ଷାଧିକ ଟଙ୍କା ଦାବି କରୁଥିଲେ । ହେଲେ ଟଙ୍କା ନଦେବାରୁ ଟିକେଟ କାଟିଦେଲେ ବୋଲି ଅଭିଯୋଗ ଆଣିଛନ୍ତି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଟିକେଟ ଆଶାୟୀ ଶରତ ଚନ୍ଦ୍ର ବୁରୁଦା । ଦଳରେ ଟିକେଟ ବଣ୍ଟନରେ ଅନିୟମିତତା ଥିବାବେଳେ ତାଙ୍କ ଠାରୁ ୪୦ ଲକ୍ଷ ଟଙ୍କା ଅର୍ଥ ଦାବି କରାଯାଇଥିବା ଅଭିଯୋଗ କରିଛନ୍ତି । ଏ ନେଇ ଜାତୀୟ କଂଗ୍ରେସ କମିଟି ସଭାପତିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ରାଜ୍ୟ ପ୍ରଦେଶ କଂଗ୍ରସ ଚୟନ କମିଟିରେ ତଦାରଖ କରୁଥିବା ଅଜୟ କୁମାରଙ୍କ ଦଳ ଓ ପ୍ରଗମନ ସଦସ୍ୟ ପ୍ରମୁଖ ଉପରସ୍ତରକୁ ନିଜ ନାମ ସୁପାରିସ୍ କରିବା ଓ ଟିକେଟ ନିଶ୍ଚୟ ମିଳିବ ବୋଲି ଲୋଭ ଦେଖାଇ ତାଙ୍କ ଠାରୁ ଅର୍ଥ ଦାବି କରିଥିଲେ । ପ୍ରଗମନ ରିପୋର୍ଟ ଠିକ୍ ଥିବା ସ୍ଥଳେ ଚୟନ କମିଟିର ଏପରି ଅସ୍ୱଚ୍ଛତା ଉପରେ ତଦନ୍ତ କରିବାକୁ ଦାବି କରିଛନ୍ତି ଶରତ ବୁରୁଦା । ନିକଟରେ ଚୂଡ଼ାନ୍ତ କଂଗ୍ରେସ ପ୍ରାର୍ଥୀଙ୍କୁ ପ୍ରଚାରରେ ସହଯୋଗ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ କହିଥିଲେ ପିସିସି ସଭାପତି ।