କନକ ବ୍ୟୁରୋ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ମିଶନ ଶକ୍ତି ବିଭାଗରେ ଦୁର୍ନୀତି ଅଭିଯୋଗ । ବାରମ୍ବାର ଅଭିଯୋଗ ପରେ ମିଶନଶକ୍ତି ଦୁର୍ନୀତିର ତଦନ୍ତ ଚାଲିଛି । ତଦନ୍ତ ସମୟରେ ଅଭିଯୋଗକାରିଣୀଙ୍କୁ ହତ୍ୟା ଧମକ ଦିଆଯାଇଛି । ଚାନ୍ଦବାଲି ବ୍ଲକ ଫେଡେରସନ୍ ସଭାପତି ଜ୍ୟୋତ୍ସ୍ନାରାଣୀ ଘଡେଇ ଧମକ ଦେଇଥିବା ଅଭିଯୋଗ ହୋଇଛି । ତେବେ ତଦନ୍ତକାରୀ ଅଧିକାରୀଙ୍କ ସାମ୍ନାରେ ଏଭଳି ଘଟଣା ଘଟିଥିବା ଜଣାପଡିଛି ।