କନକ ବ୍ୟୁରୋ: ଯେଉଁଠି ଗତ ସପ୍ତାହରେ ଭଳିକି ଭଳି ଦୋକାନ ବଜାର ପଡିଥିଲା, ଲୋକଙ୍କ ଗହଳି ଲାଗିଥିଲା, ଏବେ ସେଠି ପଡିଛି କୁଢ଼ କୁଢ଼ ଅଳିଆ, ଆବର୍ଜନା । ଜରି, ଛିଡା କାଗଜ, ଚିରା କପଡା, ପ୍ଲାଷ୍ଟିକ ବୋତଲ, ପ୍ଲାଷ୍ଟିକ ଗ୍ଲାସ ପଡିଆ ସାରା ବିଛାଡି ହୋଇ ପଡିଛି । ଯାହା ପରିବେଶକୁ ପ୍ରଦୂଷିତ କରୁଛି ।

Advertisment

ଅଳିଆ ଉଠାଇବା ପାଇଁ ସିଏମସି ପକ୍ଷରୁ ସଫେଇ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କଟକବାସିନ୍ଦା ।

ଗୋଟିଏ ପଟେ ବାଲିଯାତ୍ରା ପଡିଆରେ ଅଳିଆ ଗଦା ହୋଇଥିବାବେଳେ, ଆଉ ଗୋଟିଏ ପଟେ ଏହି ଐତିହାସିକ ମହୋତ୍ସବର ବିଭିନ୍ନ କାର୍ଯ୍ୟରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ଅଭିଯୋଗ କରି କହିଛନ୍ତି, ବାଲିଯାତ୍ରାରେ ହୋଇଥିବା ବିଭିନ୍ନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଛି । ପଡିଆ ସଫେଇ ଠାରୁ ଆରମ୍ଭ କରି ୨ଟି ଗେଟ୍ ଏବଂ ଲେଜର ସୋରେ ଲକ୍ଷ ଲକ୍ଷ ଟଙ୍କା ଟେଣ୍ଡର କରି ହରିଲୁଟ୍ କରାଯାଇଛି । ଅଭିଯୋଗକୁ ଖଣ୍ଡନ କରିବା ସହ କଡା ଜବାବ ଦେଇଛନ୍ତି କଟକ ମେୟର ।

ବର୍ଷ ବର୍ଷର ପରମ୍ପରା ଓ ସଂସ୍କୃତି ସହ ଜଡିତ କଟକ ବାଲିଯାତ୍ରା ମହୋତ୍ସବରେ ଦୁର୍ନୀତି ହୋଇଥିବା ଅଭିଯୋଗ, ଆସିବା ପରେ ଏହା ଚର୍ଚ୍ଚାର ବିଷୟ ହୋଇଛି ।