କନକ ବ୍ୟୁରୋ : ସୁନ୍ଦରଗଡ଼ ରାଜଗାଙ୍ଗପୁରରେ ଟାଟା ପାୱାର କର୍ମଚାରୀଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ । ଅଧିକ ବିଲ ଆସିଥିବା ନେଇ ଏସଭିଏମ୍ କଲୋନୀର ବାସିନ୍ଦା ରାଜ କୁମାର ଅଫିସକୁ ଯାଇଥିଲେ । ସେ ହିନ୍ଦୀରେ ପଚାରିବାରୁ ଜୁନିୟର ଇଞ୍ଜିନିୟର ଅଜିତ କୁମାର ଉତକ୍ଷିପ୍ତ ହୋଇ ପଡ଼ିଥିଲେ । ଓଡ଼ିଆ କିମ୍ବା ଇଂରାଜୀରେ କଥା ହେବାକୁ କହି ଅଫିସରୁ ବାହାରି ଯିବା ପାଇଁ କହିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
ଟାଟା ପାୱାର କର୍ମଚାରୀଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ : ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍
/kanak/media/post_attachments/wp-content/uploads/2023/09/vlcsnap-2023-09-26-08h38m40s518.png)