ପଂଜଶିର ଉପରେ ପାକିସ୍ତାନ ଡ୍ରୋନ୍ ଆକ୍ରମଣ, ଯୁଦ୍ଧ ବିରତି ପ୍ରସ୍ତାବ ଦେଲେ ମସୁଦ।

892

କନକ ବ୍ୟୁରୋ: ତାଲିବାନ୍ ଓ ପଂଜଶିର ମଧ୍ୟରେ ଯୁଦ୍ଧ ବେଳେ ତାଲିବାନ୍ ସହ ଯୋଗ ଦେଇଛି ପାକିସ୍ତାନ । ସୂଚନା ମୁତାବକ, ରବିବାର ପଂଜଶିର ଘାଟି ଉପରେ ପାକିସ୍ତାନ ଡ୍ରୋନ ଆକ୍ରମଣ କରିଛି । ଏଥିରେ ସ୍ମାର୍ଟ ବୋମା ବର୍ଷାଇଛି ପାକିିସ୍ତାନି ଡ୍ରୋନ୍ । ପାକିସ୍ତାନର ଡ୍ରୋନ୍ ଆକ୍ରମଣ ପରେ ଯୁଦ୍ଧ ବିରତି ସହ ଆଲୋଚନା ପାଇଁ ପଂଜଶିର ମୁଖ୍ୟ ଅହମଦ ମାସୁଦ ଅପିଲ କରିଛନ୍ତି । ହେଲେ ଏନେଇ ତାଲିବାନ୍ କୌଣସି ସ୍ପଷ୍ଟୋକ୍ତି ରଖିନାହିଁ । ଏହାପରେ ଅହମଦ ମାସୁଦଙ୍କ ସ୍ୱର ନରମ ପଡିଛି । ମାସୁଦ କହିଛନ୍ତି, ଯଦି ତାଲିବାନ ଯୁଦ୍ଧ ବନ୍ଦ କରି କମାଣ୍ଡୋଙ୍କୁ ପ୍ରତ୍ୟାହାର କରେ, ତେବେ ସେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି । ଏହାସହ ପଂଜଶିରରେ ଥିବା ଆଫଗାନିସ୍ତାନର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଅମରୁଲ୍ଲା ସାଲେହ ସାହାଯ୍ୟ ପାଇଁ ଜାତିସଂଖକୁ ଅପିଲ କରିଛନ୍ତି ।
ସ୍ଥାନୀୟ ଗଣମାଧ୍ୟମର ସୂଚନା ମୁତାବକ, ଏହି ଯୁଦ୍ଧ ତାଲିବାନର ୩ଶହରୁ ଅଧିକ ଆତଙ୍କବାନୀ ନିହତ ହୋଇଥିବା ପଂଜଶିର ରେଜିଷ୍ଟାନ୍ସ ଫୋର୍ସ ଦାବି କରୁଥିବାବେଳେ ତାଲିବାନ୍ କିନ୍ତୁ ଏହାକୁ ଖଣ୍ଡନ କରୁଛି । କାବୁଲ ଦଖଲ କରିବାର ୩ ମାସ ପରେ ବି ପଂଜଶୀର ଦଖଲ କରିବାକୁ କସରତ କରୁଛି ତାଲିବାନ ।