ପ୍ରମାଣ ନଥାଇ ଅଭିଯୋଗ କରାଯାଉଛି, ସତ୍ୟାସତ୍ୟ ଯାଞ୍ଚ କରି ଖବର ପ୍ରସାରଣ କରାଯାଉ : ସଞ୍ଜୟ ନାୟକ

1,830

କନକ ବ୍ୟୁରୋ: ନିଜ ବିରୋଧରେ ଆସିଥିବା ଅଭିଯୋଗ ଖଣ୍ଡନ କଲେ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ । କହିଲେ ପ୍ରମାଣ ନଥାଇ ଅଭିଯୋଗ କରାଯାଇଛି । ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି ଖବର ପ୍ରସାରଣ କରାଯାଉ । ସେ ଏହା ମଧ୍ୟ କହିଛନ୍ତି ପୂର୍ବ ରାଗ ରଖି ଏଭଳି କରାଯାଉଛି । କିଛି ଝିଅଙ୍କ ପାଇଁ ପୂରା ଇଣ୍ଡଷ୍ଟ୍ରୀ ଖରାପ ହେଉଛି ।

ଅଭିନେତ୍ରୀ ଜସ୍ମିନ ରଥ ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ । ହ୍ୱାଟସଆପ ଚାଟିଂରେ ସେ ଲେଖିଛନ୍ତି- ପେସାଦାର ଜୀବନ ବାହାରେ ତାଙ୍କୁ ବିଳମ୍ବିତ ରାତିରେ ଡକାଯାଉଛି । ଏଥିରେ ସେ ଆହୁରି ଲେଖିଛନ୍ତି- ଏହି ନିମନ୍ତ୍ରଣ ରକ୍ଷା ନକରିବାରୁ ତାଙ୍କୁ ପରଦିନ ଫିଲ୍ମ ପ୍ରୋଜେକ୍ଟରୁ ବାହାର କରିଦିଆଯାଇଛି । ଏମିତିରେ ଅନସ୍କ୍ରିନ ବା ସିନେ ପରଦାରେ ସେ ଚୁମ୍ବନ ଦେବେ ନା ନାହିଁ, ସେ ସମ୍ପର୍କରେ ପଚରାଯିବା କେଉଁ ବାର୍ତା ଦିଆଯାଉଛି ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ପ୍ରତିଥର ଟୁଟୁ ନାୟକ ତାଙ୍କ ସହ କଥା ହେବା ବେଳେ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ପଚାରିବା ସହ ଅବାନ୍ତର କଥାସବୁ ପ୍ରଚାରୁଥିବା ଏଥିରେ ସେ ଲେଖିଛନ୍ତି । ଏହା କେତେ ଯୁକ୍ତିଯୁକ୍ତ ଏବଂ ଏକପ୍ରକାର ମାନସିକ ନିର୍ୟାତନା ବୋଲି ପ୍ରଶ୍ନ ଉଠାଇଛନ୍ତି ଜାସ୍ମିନ ରଥ । ଏହି ଗ୍ରୁପରେ ଥିବା ଅଭିନେତା ଓ ଅଭିନେତ୍ରୀମାନେ ଜାସ୍ମିନଙ୍କ କଥା ଉପରେ ପ୍ରତିକ୍ରିୟା ରଖିଛନ୍ତି । ଏମିତି କି ତାଙ୍କ ସପକ୍ଷରେ ଥିବା ମତାମତ ଦେଇଛନ୍ତି ।