ଟ୍ୟୁସନ୍ ଶିକ୍ଷକଙ୍କ ବିରୋଧରେ ଅସଦାଚାରଣ ଅଭିଯୋଗ । ନବମ ଶ୍ରେଣୀ ଛାତ୍ରୀଙ୍କୁ କୋଚିଂ ସେଂଟରକୁ ଡାକି ଶିକ୍ଷକ ଅକ୍ଷୟ ପଣ୍ଡା ଦୁଷ୍କର୍ମ କରିଥିବା ଅଭିଯୋଗ । ଅଭିଯୁକ୍ତ ଶିକ୍ଷକକୁ ଅଟକ ରଖି ପୁଲିସର ପଚରାଉଚରା

224

କନକ ବ୍ୟୁରୋ : ଦୁଷ୍କର୍ମର ଶିକାର ହେଲେ ନବମ ଶ୍ରେଣୀ ଛାତ୍ରୀ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ସହରରେ । କୋଚିଂ ସେଂଟରକୁ ଡ଼ାକି ଟ୍ୟୁସନ ଶିକ୍ଷକ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଜୟପୁର ସହର ସ୍ଥିତ ସାରଦା କୋଚିଂ ସେଂଟର ନାମକ ଏକ ଘରୋଇ ଅନୁଷ୍ଠାନ ଘଟିଛି ଏହି ଘଟଣା ।

ଅନ ଲାଇନ ପରୀକ୍ଷା କରାଇ ରେଜଲ୍ଟ ଜଣାଇବା ବାହାନାରେ ଶିକ୍ଷକ ଅକ୍ଷୟ କୁମାର ପଣ୍ଡା ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ପରିବାର ଲୋକ । ଛାତ୍ରୀ ଜଣଙ୍କ ମୟୂରଭଂଜ ଜିଲ୍ଲାର ହୋଇଥିବା ବେଳେ ଜୟପୁରରେ ସମ୍ପର୍କୀୟଙ୍କ ଘରେ ରହି ପାଠ ପଢ଼ୁଥିଲେ । ଅଭିଯୋଗ ଆଧାରରେ ପୋଲିସ ଝିଅକୁ ମେଡିକାଲ ଯାଂଚ ପାଇଁ ପଠାଇଥିବା ବେଳେ ଅଭିଯୁକ୍ତ ଶିକ୍ଷକକୁ ପଚରା ଉଚରା କରୁଛି ପୋଲିସ ।

ତେବେ ଏହି ଘଟଣାର ତଦନ୍ତ ପରେ ସତ ସାମ୍ନାକୁ ଆସିବ ବୋଲି ପୁଲିସ ସୂଚନା ଦେଇଛି । ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।