କନକ ବ୍ୟୁରୋ : ଦୁଷ୍କର୍ମର ଶିକାର ହେଲେ ନବମ ଶ୍ରେଣୀ ଛାତ୍ରୀ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ସହରରେ । କୋଚିଂ ସେଂଟରକୁ ଡ଼ାକି ଟ୍ୟୁସନ ଶିକ୍ଷକ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଜୟପୁର ସହର ସ୍ଥିତ ସାରଦା କୋଚିଂ ସେଂଟର ନାମକ ଏକ ଘରୋଇ ଅନୁଷ୍ଠାନ ଘଟିଛି ଏହି ଘଟଣା ।
ଅନ ଲାଇନ ପରୀକ୍ଷା କରାଇ ରେଜଲ୍ଟ ଜଣାଇବା ବାହାନାରେ ଶିକ୍ଷକ ଅକ୍ଷୟ କୁମାର ପଣ୍ଡା ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ପରିବାର ଲୋକ । ଛାତ୍ରୀ ଜଣଙ୍କ ମୟୂରଭଂଜ ଜିଲ୍ଲାର ହୋଇଥିବା ବେଳେ ଜୟପୁରରେ ସମ୍ପର୍କୀୟଙ୍କ ଘରେ ରହି ପାଠ ପଢ଼ୁଥିଲେ । ଅଭିଯୋଗ ଆଧାରରେ ପୋଲିସ ଝିଅକୁ ମେଡିକାଲ ଯାଂଚ ପାଇଁ ପଠାଇଥିବା ବେଳେ ଅଭିଯୁକ୍ତ ଶିକ୍ଷକକୁ ପଚରା ଉଚରା କରୁଛି ପୋଲିସ ।
ତେବେ ଏହି ଘଟଣାର ତଦନ୍ତ ପରେ ସତ ସାମ୍ନାକୁ ଆସିବ ବୋଲି ପୁଲିସ ସୂଚନା ଦେଇଛି । ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/35-2.jpg)