ପଂଚାୟତ ପୂର୍ବରୁ ଚର୍ଚ୍ଚାରେ ଗୀତା ଛୁଆଁ ରାଜନୀତି: ଦଳ ନବଦଳାଇବା ପାଇଁ ତିର୍ତୋଲ ବିଧାୟକ ଗୀତା ଛୁଇଁବାକୁ ବାଧ୍ୟ କରିଥିବା ଅଭିଯୋଗ  

Advertisment
ପଂଚାୟତ ପୂର୍ବରୁ ଚର୍ଚ୍ଚାରେ ଗୀତା ଛୁଆଁ ରାଜନୀତି: ଦଳ ନବଦଳାଇବା ପାଇଁ ତିର୍ତୋଲ ବିଧାୟକ ଗୀତା ଛୁଇଁବାକୁ ବାଧ୍ୟ କରିଥିବା ଅଭିଯୋଗ  

କନକ ବ୍ୟୁରୋ: ସରଗରମ ହେଉଛି ଜଗତସିଂହପୁର ପଂଚାୟତ ରାଜନୀତି । ପଂଚାୟତ ନିର୍ବାଚନ ଆସୁଥିବା ବେଳେ ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ବିଶ୍ୱଜିତ୍ ଦାଶ ନିଜ ପଦବୀରୁ ଇସ୍ତଫା ଦେଇଛିନ୍ତି । ଗୀତା ଛୁଇଁ ଶପଥ କରିବାକୁ କହିବାରୁ ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ପଦରୁ ଇସ୍ତଫା ଦେଇଥିବା ବିଶ୍ୱଜିତ ଦାଶଙ୍କ ହ୍ୱାଟସପ୍ ଭିଡ଼ିଓ କ୍ଲିପ୍ ମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି  । ପଂଚାୟତ ନିର୍ବାଚନ ପାଇଁ ଗତକାଲି ଦଳୀୟ ବୈଠକ ତିର୍ତୋଳ ବିଧାୟକଙ୍କ ଜଗତସିଂହପୁର ଠାରେ ଥିବା ବାସଭବନରେ ଅନୁଷ୍ଠିତ ହୋଇଥିଲା ।

ତେବେ ବୈଠକରେ ଦଳପ୍ରତି ଥିବା ସଚ୍ଚୋତଟା ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା । ବିଧାୟକ ଶ୍ରୀ ଦାଶ ପବିତ୍ର ଭାଗବତ ଗୀତା ଛୁଇଁବାକୁ ପରାମର୍ଶ ଦେଇଥିଲେ । ଏହା ସହ ତାଙ୍କ ଦ୍ୱାରା ଦଳୀୟ ପାର୍ଥୀ ଯାହାକୁ ଚୂଡ଼ାନ୍ତ କରାଯିବ ତାହା ଉପରେ ଅନ୍ୟ କେହି ଆପତି ଅଭିଯୋଗ ଆଣିବେ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ । ବିଧାୟକଙ୍କ ଦ୍ୱାରା ଗୀତା ଛୁଇଁବା ଏବଂ ଚୟନ ହେବାକୁ ଯାଉଥିବା ଦଳୀୟ ପ୍ରାର୍ଥୀଙ୍କ ସମ୍ପର୍କରେ କୈାଣସି ପ୍ରକାର ଟୀପ୍ପଣୀ ଦେବାରୁ ବଂଚିତ ରଖାଯିବା ଆଦୈା ଠିକ ମନେ ହେଉ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe