କନକ ବ୍ୟୁରୋ: ସରଗରମ ହେଉଛି ଜଗତସିଂହପୁର ପଂଚାୟତ ରାଜନୀତି । ପଂଚାୟତ ନିର୍ବାଚନ ଆସୁଥିବା ବେଳେ ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ବିଶ୍ୱଜିତ୍ ଦାଶ ନିଜ ପଦବୀରୁ ଇସ୍ତଫା ଦେଇଛିନ୍ତି । ଗୀତା ଛୁଇଁ ଶପଥ କରିବାକୁ କହିବାରୁ ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ପଦରୁ ଇସ୍ତଫା ଦେଇଥିବା ବିଶ୍ୱଜିତ ଦାଶଙ୍କ ହ୍ୱାଟସପ୍ ଭିଡ଼ିଓ କ୍ଲିପ୍ ମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି । ପଂଚାୟତ ନିର୍ବାଚନ ପାଇଁ ଗତକାଲି ଦଳୀୟ ବୈଠକ ତିର୍ତୋଳ ବିଧାୟକଙ୍କ ଜଗତସିଂହପୁର ଠାରେ ଥିବା ବାସଭବନରେ ଅନୁଷ୍ଠିତ ହୋଇଥିଲା ।
ତେବେ ବୈଠକରେ ଦଳପ୍ରତି ଥିବା ସଚ୍ଚୋତଟା ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା । ବିଧାୟକ ଶ୍ରୀ ଦାଶ ପବିତ୍ର ଭାଗବତ ଗୀତା ଛୁଇଁବାକୁ ପରାମର୍ଶ ଦେଇଥିଲେ । ଏହା ସହ ତାଙ୍କ ଦ୍ୱାରା ଦଳୀୟ ପାର୍ଥୀ ଯାହାକୁ ଚୂଡ଼ାନ୍ତ କରାଯିବ ତାହା ଉପରେ ଅନ୍ୟ କେହି ଆପତି ଅଭିଯୋଗ ଆଣିବେ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ । ବିଧାୟକଙ୍କ ଦ୍ୱାରା ଗୀତା ଛୁଇଁବା ଏବଂ ଚୟନ ହେବାକୁ ଯାଉଥିବା ଦଳୀୟ ପ୍ରାର୍ଥୀଙ୍କ ସମ୍ପର୍କରେ କୈାଣସି ପ୍ରକାର ଟୀପ୍ପଣୀ ଦେବାରୁ ବଂଚିତ ରଖାଯିବା ଆଦୈା ଠିକ ମନେ ହେଉ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/01/18-12.jpg)