୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଖଲ୍ଲିକୋଟ ଏନଏସି ଅଧ୍ୟକ୍ଷଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ମିଥ୍ୟା ଜାତିଗତ ପ୍ରମାଣ ପତ୍ର ଦାଖଲ ନେଇ ମାମଲା ରୁଜୁ ।

215

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଖଲ୍ଲିକୋଟ ଏନଏସି ଅଧ୍ୟକ୍ଷଙ୍କ ନାମରେ ସଂଗୀନ ଅଭିଯୋଗ । ମିଥ୍ୟା ଜାତିଗତ ପ୍ରମାଣ ପତ୍ର ଦାଖଲ କରିଥିବା ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ଅଧ୍ୟକ୍ଷ କିନ୍ତୁ କହିଛନ୍ତି ରାଜନୈତିକ ଉଦ୍ଦେଶ୍ୟ ରଖି କରାଯାଇଛି ମାମଲା । ଗତ ୨୦୨୨ ଏପ୍ରିଲରେ ଖଲ୍ଲିକୋଟ ଏନଏସିର ୧୨ ଟି ଓାଡଁ ଓ ଅଧ୍ୟକ୍ଷ ପଦବି ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହୋଇଥିଲା । ୧୦ ନଂ ଓାର୍ଡର ଭୋଟର ନିରଞ୍ଜନ ବେହେରା ବିଜେଡିରୁ ଏନଏସି ଅଧକ୍ଷ ଅନୁସୂଚିତ ଜାତି ପ୍ରମାଣ ପାତ୍ର ଦେଇ ମନୋନୟନ ପତ୍ର ଦାଖଲ କରିଥିଲେ । ନିର୍ବାଚନରେ ବିଜୟୀ ମଧ୍ୟ ହୋଇଥିଲେ । ବିଜୟ ପରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଉନ୍ନୟନ ମୂଳକ କାର୍ଯ୍ୟ ଜାରି ରହିଥିବା ବେଳେ ଅଧକ୍ଷ ନିରଞ୍ଜନ ବେହେରା ଖଲ୍ଲିକୋଟରୁ ବିଜେଡିରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ ଇଚ୍ଛା ରଖିଥିବା କୁହାଯାଉଛି । ଏବେ ରାଜନୈତିକ ଉଦେ୍ଧଶ୍ୟରେ ତାଙ୍କ ନାମରେ ମିଥ୍ୟା ମାମଲ କରାଯାଇଥିବା ଅଧକ୍ଷ ନିରଞ୍ଜନ ବେହେରା ଓ ତାଙ୍କ ସମର୍ଥକ କହିଛନ୍ତି ।

ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଶିଖରପୁର ଗ୍ରାମର ପିଂଟୁ ଦାସ ଏନଏସି ଅଧକ୍ଷଙ୍କ ଅନୂସିଚିତ ଜାତି ପ୍ରମାଣପତ୍ର ଉପରେ ପ୍ରଶ୍ନ ଉଠାଇ ଓଡିଶା ହାଇକୋର୍ଟ ରେ ଏକ ରିଟ ପିଟିସନ ଦାଖଲ କରିଛନ୍ତି । ହାଇକୋର୍ଟ ଏହି ମାମଲାରେ ଜିଲ୍ଲାପାଳ , ଉପଜିଲ୍ଲାପାଳ , ତହସିଲଦାର ନିରଞ୍ଜନ ନେହେରା ସମେତ ୭ ଜଣଙ୍କୁ ପକ୍ଷଭୁକ୍ତ କରିଛନ୍ତି । ତେବେ ରିଟ ପିଟିସନ ଦାଖଲ ପରେ ପ୍ରତିକ୍ରିୟା ରଖିଛନ୍ତି ଏନଏସି ଅଧକ୍ଷ ନିରଞ୍ଜନ ବେହେରା । ସେ କହିଛନ୍ତି ତାଙ୍କର ପୂର୍ବାପୁରୁଷରୁ ଜାତି ଅୁନୂସୁଚିତ ଜାତି ରହିଛି । ଯିଏ ଏହି ରିଟ ପିଟିସନ ଦାଖଲ କରିଛନ୍ତି ତାହା ଭିତି ହିନ ।