ମାନସ ଦାସ ବିରୋଧରେ ବଢ଼ିବାରେ ଲାଗିଛି ଅଭିଯୋଗର ଫର୍ଦ୍ଦ : ଖୋର୍ଦ୍ଧାରୁ ଅନୁଗୁଳ ଯାଏଁ ଥିଲା ମାନବବାଦୀ ସଂଗଠନ ମୁଖ୍ୟର ଆତଙ୍କ

ଅନୁଗୁଳର କୃତାର୍ଥ ନାୟକ କହିଲେ, ତାଙ୍କ ଉପରେ ଘଟିଥିବା ଅକଥନୀୟ ନିର୍ଯ୍ୟାତନାର କାହାଣୀ

216

କନକ ବ୍ୟୁରୋ : ଖୋର୍ଦ୍ଧା ବେଗୁନିଆରେ ବାପ, ପୁଅଙ୍କୁ ମାନବବାଦୀ ସଂଗଠନର ଅକଥନୀୟ ନିର୍ଯ୍ୟାତନା ଭିଡିଓ ସାମ୍ନାକୁ ଆସିବା ପରେ ସଂଗଠନର ମୁୁଖ୍ୟ ମାନସ ଦାସ ବିରୋଧରେ ଅଭିଯୋଗ ବଢ଼ିବାରେ ଲାଗିଛି । ସାମାଜିକ ସୁରକ୍ଷା ନ୍ୟାୟ ମଂଚ ନାଁରେ ସଂଗଠନ ଗଢ଼ି ଏହାର ସଦସ୍ୟଙ୍କ ଜରିଆରେ କିଭଳି ଆତଙ୍କ ରାଜ ଚଳାଇଥିଲା ମାନଓ ଦାସ ତାର ଗୋଟିଏ ପରେ ଗୋଟିଏ କାହାଣୀ ସାମ୍ନାକୁ ଆସୁଛି । ମାନସ ଦାସର ମାନବବାଦୀ ସଂଗଠନ କିଭଳି ଅନୁଗୁଳର କୃତାର୍ଥ ନାୟକଙ୍କୁ ପ୍ରବଳ ମାଡ଼ ମାରିଥିଲେ ଓ ବାହାରେ ପ୍ରକାଶ କଲେ ହତ୍ୟା କରିଦେବେ ବୋଲି ଛୁରୀ ଦେଖାଇ ଧକମ ଦେଇଥିଲେ ବୋଲି ସେ କହିଛନ୍ତି ।