ରୋଜଗାରର ନୂଆ ଫଣ୍ଡା । କାଗଜ ଦେଖାଉଛନ୍ତି, ଦୁଃଖ କାହାଣୀ କହୁଛନ୍ତି ଆଉ ତାପରେ ଟଙ୍କା ମାଗୁଛନ୍ତି । 

212

କନକ ବ୍ୟୁରୋ :  ରୋଜଗାରର ନୂଆ ଫଣ୍ଡା ଡୋନେସନ । ରାଜଧାନୀରେ ଅନୁକମ୍ପା ନାଁରେ ଟଙ୍କା ଆଦାୟ ହେଉଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି । କିଛି ଲୋକେ ଏ ନେଇ ଅଭିଯୋଗ କରିବା ପରେ ପୋଲିସ ତିନି ନାବାଳିକାଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଏହି ତିନି ନାବାଳିକା ରାଜସ୍ଥାନର ବୋଲି ସୂଚନା ରହିଛି ।

 ଟଙ୍କା ମାଗିବା ବେଳେ ଏହି ତିନି ନାବାଳିକା ଏକ କାଗଜ ଦେଖାଉଛନ୍ତି । ଯେଉଁଥିରେ ପ୍ରାକୃତିକ ବିପର୍ଯ୍ୟୟ ହୋଇଛି । ଅନେକ ଛୋଟ ଛୁଆଙ୍କୁ ଖାଦ୍ୟ ଓ ପୋଷାକ ଦେବା ପାଇଁ ସାହାଯ୍ୟ ଦରକାର କହି ଟଙ୍କା ମାଗୁଛନ୍ତି ନାବାଳିକା । ତେବେ ଅଟକ ଥିବା ଦୁଇ ନାବାଳିକା କହିଛନ୍ତି, ଆମେ ମ୍ୟାଜିକ ବହି ବିକୁଥିଲୁ । କିନ୍ତୁ ବେପାର ନ ହେବାରୁ ଲୋକଙ୍କ ସାହାଯ୍ୟ ମାଗି ଘରକୁ ଯିବାକୁ ଚାହୁଁଥିଲୁ । କିନ୍ତୁ ମିଛରେ ଆମ ନାଁରେ ଅଭିଯୋଗ ହେଉଛି । ସେହିଭଳି ଅନ୍ୟ ଜଣେ ନାବାଳିକା କହିଛନ୍ତି, ଆମ ନାଁରେ ମିଛ ଅଭିଯୋଗ କରୁଛନ୍ତି । କିଏ କହୁଛି ଚୋରି କରିଛ, କିଏ କହୁଛି ଘରେ ପଶି ଯାଉଛନ୍ତି । ଏଭଳି ଭିତ୍ତିହୀନ ଅଭିଯୋଗ ଆଣି ଆମକୁ ପୋଲିସ ଜିମା ଦେଇଛନ୍ତି । ଆମ କଥା ଏଠି କେହି ଶୁଣୁନାହାନ୍ତି ବୋଲି କହିଛନ୍ତି ନାବାଳିକା ।