ପୁରୀରେ ରଥଯାତ୍ରା କର୍ଫ୍ୟୁ କଟକଣାର ଖୋଲା ଉଲ୍ଲଂଘନ : କର୍ଡନ ଭାଙ୍ଗି ଦାମିକାରରେ ରଥ ନିକଟକୁ ଗଲେ ପ୍ରଭାବଶାଳୀ ବ୍ୟକ୍ତି

1,610
କନକ ବ୍ୟୁରୋ : ରଥଯାତ୍ରା ଦିନ ନିୟମ ଭାଙ୍ଗି କର୍ଡନ ଭିତରେ ରଥ ନିକଟକୁ ଯାଇଥିଲେ କିଛି ପ୍ରଭାବଶାଳୀ ବ୍ୟକ୍ତି । ଏନେଇ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆ ଯାଇଛି । ରଥଯାତ୍ରା ସମୟରେ ପୁରୀରେ କର୍ଫୁ ଜାରି ହେବା ସହ କୋଭିଡ ନିୟମ ପାଳନ କରାଯାଉଥିବା ବେଳେ ଏମାନେ ନିୟମକୁ ବେଖାତିର କରିଥିବା ଅଭିଯୋଗ ହୋଇଛି । ରଥ ନିକଟକୁ ଯିବା ସହ ରଥ ସମ୍ମୁଖରେ ଅନେକ ଫଟୋ ମଧ୍ୟ ଉଠାଇଛନ୍ତୁ ଏହି ବ୍ୟକ୍ତିମାନେ ।
ଯାହା ସୁପ୍ରିମକୋର୍ଟଙ୍କ ୨୦୨୦ ଏସଓପି ଗାଇଡ ଲାଇନର ବିରୁଦ୍ଧାଚରଣ କରୁଛି । ଜଣେ ଧର୍ମଗୁରୁଙ୍କ ସହ ଯାଇଥିବାରୁ ଏମାନେ ପୁଲିସ ବ୍ୟାରିକେଡ ଅତିକ୍ରମ କରିବାକୁ ସକ୍ଷମ ହେଲେ ବୋଲି ଚର୍ଚ୍ଚା ହେଉଛି । ତେବେ ପୋଲିସ ଏମାନଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସିସିଟିଭ ଫୁଟେଜ ସମେତ ଡ୍ରୋନ କ୍ୟାମେରା ଫୁଟେଜକୁ ଯାଂଚ କରାଯାଉଛି । ରଥଯାତ୍ରା ଦିନ ୨ଟି ମର୍ସିଡିଜ ଗାଡି ସମେତ ୩ଟି ଦାମିକିଆ କାର ରଥ ନିକଟକୁ ଯାଇଥିବା ମଧ୍ୟ ଅଭିଯୋଗ ହୋଇଛି ।