କନକ ବ୍ୟୁରୋ: ଏଟିଏମ୍ କାଟି ଲୁଟିନେଲେ ଟଙ୍କା । ସୁନ୍ଦରଗଡ ସଦର ଥାନା ମହୁଲପାଲିରେ ଥିବା ହିତାଚି ଏଟିଏମରୁ ଟଙ୍କା ଚୋରି ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି । ଏଟିଏମ୍ ଘରର କାନ୍ଥ ଭାଙ୍ଗି ଭିତରକୁ ଯାଇ ମେସିନ୍ ତାଡି ଟଙ୍କା ଲୁଟ୍ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, ଦୁର୍ବୃତ୍ତମାନେ ଏଟିଏମ୍ କାଟିବା ପାଇଁ ଗ୍ୟାସ୍ କଟର ବ୍ୟବହାର କରିଥିଲେ । ତେବେ କେତେ ଟଙ୍କା ଏଟିଏମରେ ଥିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ସିସିଟିଭି ଫୁଟେଜକୁ ଆଧାର କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।