କନକ ବ୍ୟୁରୋ : ଧାମନଗର ୨୩ନମ୍ବର ବୁଥରେ ରିଗିଂ ଅଭିଯୋଗ । ଖଳାଗଡିଆ କଟସାହିରେ ବୁଥ ରିଗିଂ ଅଭିଯୋଗ । ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣାକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି ।
ଭୋଟ୍ ଦାନ ଆରମ୍ଭରୁ ଅଚଳ ହୋଇଗଲା ଇଭିଏମ୍ । ୭୫ ନମ୍ବର ବୁଥରେ ଅଚଳ ହୋଇଯାଇଥିଲା ଇଭିଏମ୍ । ବୁଥରେ ମାତ୍ର ୧୬ ଜଣ ଭୋଟ୍ ଦେବା ପରେ ଇଭିଏମ୍ ଖରାପ ହୋଇଯାଇଥିଲା । ଏହା ପରେ ମତଦାତା ମାନେ ଭୋଟ୍ ଦେବା ପାଇଁ ଅପେକ୍ଷା କରି ରହିଥିଲେ । ଲମ୍ବା ଧାଡିରେ ଅନେକ ସମୟ ଠିଆ ହୋଇଥିବାରୁ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଜିଲ୍ଲାପାଳ ଭୋଟ୍ ଦାନ କେନ୍ଦ୍ର ପରିଦର୍ଶନ କରିଥିଲେ । କିଛି ସମୟ ପରେ ଇଭିଏମ୍ ଠିକ୍ କରାଯାଇଥିଲା । ଏହା ପରେ ଏହି ବୁଥରେ ମତଦାନ ସ୍ୱାଭାବିକ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/BJD-BJP.jpg)