କନକ ବ୍ୟୁରୋ : ମିଛ ପ୍ରତିଶ୍ରୁତି ଦେଇ ବିବାହ ମାମଲା ଉପରେ ବଡ଼ ବୟାନ ଦେଇଛନ୍ତି କେରଳ ହାଇକୋର୍ଟ । ବିବାହର ମିଛ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିବା ତଥା ଦୁସ୍କର୍ମ ଅଭିଯୋଗ ମାମଲାରେ କୋର୍ଟ କହିଛନ୍ତି ଯଦି ପୁରୁଷ ଜଣଙ୍କ ବିବାହିତ ବୋଲି ଜାଣିବା ପରେ ଯୁବତୀ ତାଙ୍କ ସହ ସମ୍ପର୍କରେ ରହୁଛନ୍ତି ତେବେ ଏଥିରେ କୌଣସି ଭୁଲ ନାହିଁ ।

Advertisment

ଏହାକୁ ମିଛ ପ୍ରତିଶ୍ରୁତି ଦେଇ ବିବାହ ପରିବର୍ତେ ଲଭ୍ ଏବଂ ପ୍ୟାସନ ବୋଲି ଧରିନେବା ଉଚିତ୍ । ଜଷ୍ଟିସ୍ କୌସର ଇଦାଗପାଥ ଏଭଳି ଏକ ଦୁର୍ସ୍କମ ମାମଲାର ଶୁଣାଣି କରି ମାମଲାକୁ ରଦ୍ଦ କରିଛନ୍ତି । ୩୩ ବର୍ଷିୟ ଜଣେ ବିବାହିତ ପୁରୁଷ ଅନ୍ୟ ଜଣେ ଯୁବତୀଙ୍କୁ ବିବାହର ମିଛ ପ୍ରତିଶୁତି ଦେଇ ଦୁସ୍କର୍ମ କରିଥିବା ମାମଲାର ଶୁଣାଣି କରି ବିଚାରପତି ଏଭଳି ରାୟ ଶୁଣାଇଛନ୍ତିି ।

କ’ଣ ଥିଲା କୋର୍ଟଙ୍କ ରାୟ ?

- ଯୁବତୀ ଜଣଙ୍କ ସେହି ପୁରୁଷଙ୍କ ସହ ୨୦୧୦ରୁ ୨୦୧୩ ପର୍ଯ୍ୟନ୍ତ ସମ୍ପର୍କରେ ଥିଲେ 

- ପୁରୁଷ ଜଣଙ୍କ ବିବାହିତ ବୋଲି ଜାଣିବା ପରେ ଯୁବତୀ ୩ ବର୍ଷ ତାଙ୍କ ସହ ସମ୍ପର୍କ ରଖିଥିଲେ

- ତେଣୁ ବିବାହର ମିଛ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ମାମଲା ଗହଣଯୋଗ୍ୟ ନୁହେଁ

- ପୁରୁଷ ଜଣଙ୍କ ବିବାହିତ ବୋଲି ଜାଣିବା ପରେ ଯୁବତୀ ତାଙ୍କ ସହ ସର୍ମ୍ପକ ରଖିଲେ ଏହାକୁ ଦୁଷ୍କର୍ମ କୁହାଯିବନି

- ଏଭଳି ସ୍ଥିତିରେ ଏହାକୁ ‘ଲଭ ଅବା ପ୍ୟାସନ’ ତଥା ‘ଭଲ ପାଇବା ଅବା ଆବେଗ’ ବୋଲି ଧରିନିଆଯିବ

- ଏଭଳି ଅଭିଯୋଗ କ୍ଷେତ୍ରରେ ସମ୍ପୃକ୍ତ ପୁରୁଷଙ୍କ ବିରୋଧରେ ଆଇପିସିର ଦଫା ୩୭୬ ଅବା ୩୭୫ ଲାଗିପାରିବ ନାହିଁ

- ଯୁବକଙ୍କ ବିରୋଧରେ ଆଇପିସି ଦଫା ୩୭୬(ଦୁଷ୍କର୍ମ), ୪୨୦(ଠକେଇ) ରେ ମାମଲା ରୁଜୁ ହୋଇଥିଲା

- ୨୦୧୯ରେ କେରଳର ପେରାମଙ୍ଗଲମ ଥାନାରେ ଏହି ମାମଲା ରୁଜୁ ହୋଇଥିଲା