ବୁର୍ଲା ଭିମସାରରେ ପୁଣି ରାଗିଙ୍ଗ ଅଭିଯୋଗ : ଏମବିବିଏସର ଚତୁର୍ଥ ବର୍ଷର ଛାତ୍ର ରାଗିଙ୍ଗ କରିଥିବା ଅଭିଯୋଗ

108

କନକ ବ୍ୟୁରୋ : ବୁର୍ଲା ଭୀମସାରରେ ରାଗିଙ୍ଗ ଅଭିଯୋଗ । ଡାକ୍ତରଖାନା କର୍ତୃପକ୍ଷଙ୍କ ଠାରେ ଅଭିଯୋଗ ପରେ ଆଂଟି ରାଗିଙ୍ଗ ସେଲ ଏହାର ତଦନ୍ତ ଆରମ୍ଭ କରିଛି । ଏହି ସୂଚନା ଦେଇଛନ୍ତି ଭୀମସାର ଅଧ୍ୟକ୍ଷ ଡାକ୍ତର ଜୟଶ୍ରୀ ଦୋରା । ସୂଚନା ଅନୁସାରେ ଏମବିବିଏସର ଚତୁର୍ଥ ବର୍ଷ ଛାତ୍ର ଏମବିବିଏସ ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ରାଗିଙ୍ଗ କରିଥିବା ଅଭିଯୋଗ ହୋଇଛି । ଏନେଇ ଦ୍ୱିତୀୟ ବର୍ଷ ଛାତ୍ରମାନେ କର୍ତୃପକ୍ଷଙ୍କ ପାଖରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ଆଂଟି ରାଗିଙ୍ଗ ସେଲ । ଦୁଇ ବର୍ଷ ପୂର୍ବେ ଭିସୁଟ ରାଗିଙ୍ଗ ମନରୁ ନ ଲିଭୁଣୁ ବୁର୍ଲା ଭୀମସାରରେ ରାଗିଙ୍ଗ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।