ଖାକିରେ ଦାଗ, ସରକାରୀ କ୍ୱାର୍ଟର୍ସରେ କଳଙ୍କ: ମହିଳାଙ୍କୁ କରାଯାଇଥିଲା ଦୁଷ୍କର୍ମ, ମାନବାଧିକାର କମିସନଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ ଆରମ୍ଭ

1,889

କନକ ବ୍ୟୁରୋ: ଖାକି ବର୍ଦ୍ଦିରେ ଲାଗିଲା ଦାଗ । ଜଣେ ମହିଳା ପୁଲିସ୍ ଏସ୍ଆଇଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଂଚ । ଜାତୀୟ ମାନବାଧିକାରୀ କମିଶନଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଂଚ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । ୨୦୧୯ ମସିହାରେ ମହିଳା ଏସଆଇଙ୍କୁ ସରକାରୀ କ୍ୱାର୍ଟରରେ ଦୁଷ୍କର୍ମ କରିଥିଲା ଆଇଆଇସି ରମେଶ କୁମାର ପ୍ରଧାନ । ଏବେ ସେ ଫିରିଙ୍ଗିଆ ଥାନାରେ କାର୍ଯ୍ୟରତ ଅଛନ୍ତି ।

ଦେହରେ ଖାକି , ହାତରେ ଆଇନ । ହେଲେ କର୍ମ ଜଘନ୍ୟ । ସରକାରୀ କ୍ୱାର୍ଟର୍ସରେ ଜଣେ ମହିଳା ପୁଲିସ୍ ଏସ୍ଆଇଙ୍କୁ କରାଯାଇଛି ଦୁଷ୍କର୍ମ । ଜଣେ ଇନସ୍ପେକ୍ଟର ଦୁଷ୍କର୍ମ କରିଥିବା ଭଳି ଚାଂଚଲ୍ୟକର ଅଭିଯୋଗ ସାମ୍ନାକୁ ଆସିଛି । ଏହି ସମ୍ବେଦନଶୀଳ ଘଟଣାରେ ଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଜାତୀୟ ମାନବାଧିକାର କମିସନଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଂଚ ତଦନ୍ତ ଆରମ୍ଭ କରିିଛି ।

ସୂଚନା ଅନୁସାରେ-
-୨୦୧୯ରେ ଗଂଜାମ ଜିଲ୍ଲାରେ ଆଇଆଇସି ରମେଶ କୁମାର ପ୍ରଧାନଙ୍କ ଅଧୀନରେ ଜଣେ ମହିଳା ଆଇଆଇସି କାର୍ଯ୍ୟ କରୁଥିଲେ
-ରମେଶ ଏହି ମହିଳା ଏସ୍ଆଇଙ୍କୁ ତାଙ୍କ କ୍ୱାର୍ଟର୍ସରେ ସେହି ବର୍ଷ ଜୁନ ୨୭ ତାରିଖରେ ବଳପୂର୍ବକ ଦୁଷ୍କର୍ମ କରିଥିଲେ
-ମହିଳା ଏସ୍ଆଇ ଗଞ୍ଜାମ ପୁଲିସ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଗ୍ରହଣ କରାଯାଇନଥିଲା ।
-ଅଲଟା ଅଭିଯୋଗରୁ ଓହରି ଯିବା ପାଇଁ ପୁଲିସର ଚାପ ପଡ଼ୁଥିଲା
-ନିରାଶ ହୋଇ ଜାତୀୟ ମାନବାଧିକାର କମିସନ୍ଙ୍କ ଦ୍ୱାରସ୍ତ ହୋଇଥିଲେ ସଂପୃକ୍ତ ମହିଳା ଏସ୍ଆଇ
-କମିସନ ଏହି ଘଟଣାର ତଦନ୍ତ ଓ ମାମଲା ରୁଜୁ ପାଇଁ ଓଡ଼ିଶା ପୁଲିସ୍କୁ ନିର୍ଦ୍ଦେଶ ଦେଇଥିଲେ

କ୍ରାଇମବ୍ରାଂଚ ଏହି ଅଭିଯୋଗ ଅଧାରରେ ଅଭିଯୁକ୍ତ ପୁଲିସ୍ ଇନସ୍ପେକ୍ଟେର ରମେଶ ପ୍ରଧାନଙ୍କ ବିରୋଧରେ ଦଫା ୩୭୬ ମାମଲା ରୁଜୁ କରିଛି । ଅଭିଯୁକ୍ତ ପୁଲିସ୍ ଅଧିକାରୀ ଏବେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ ଆଇଆଇସି ଭାବେ କାର୍ଯ୍ୟ କରୁଛନ୍ତି ।