କନକ ବ୍ୟୁରୋ: ସ୍ୱାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ । ପ୍ରତିବାଦ କରିବାରୁ ସ୍ୱାମୀକୁ ମାଡ । ଏନେଇ ଥାନାରେ ମାମଲା ରୁଜୁ ହେଲା ପରେ ପୋଲିସର ତଦନ୍ତ ଆରମ୍ଭ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୂବନ ଥାନା ବାରୁଆଁ ଗ୍ରାମ ନିକଟସ୍ଥ କେନାଲ ରାସ୍ତାରେ ।
ଅଭିଯୋଗ ମୁତାବକ ଯାଜପୁର ଜିଲ୍ଲା କଲରଙ୍ଗିଅତା ଗ୍ରାମର ଜୈନିକ ସ୍ୱାମୀ ସ୍ତ୍ରୀ ଗତ ଶୁକ୍ରବାର ଦିନ ବାଇକରେ ଭୂବନକୁ ଆସି ସଂଧ୍ୟାରେ ଫେରୁଥିବା ବେଳେ କେନାଲ ରାସ୍ତାରେ ୫ ଜଣ ଯୁବକ ବାଇକୁ ଅଟକାଇବା ସହ ତାଙ୍କୁ ମାଡ ମାରି ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ଠାରୁ ୨ଟି ମୋବାଇଲ ଛଡାଇ ନେଇଥିଲେ । ଏହା ସହିତ ୫ ଜଣ ଯୁବକ ଜଣକ ପରେ ଜଣେ ସ୍ତ୍ରୀକୁ ଦୁଷ୍କର୍ମ କରିଥିଲେ ଏବଂ ମୋବାଇଲରେ ରେକର୍ଡ ମଧ୍ୟ କରିଥିଲେ । କାହାକୁ ଜଣାଇଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଏକ ମୋବାଇଲ ନମ୍ବର ଦେଇ ୧୦ ହଜାର ଟଙ୍କା ପଠାଇବାକୁ କହିଥିଲେ ।
ତେବେ ଏନେଇ ଉଭୟ ସ୍ୱାମୀ ସ୍ତ୍ରୀ ଭୂବନରେ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ ପରେ ପୋଲିସ ଢ଼େଙ୍କାନାଳ ମେଡିକାଲରେ ସ୍ତ୍ରୀର ଡାକ୍ତରୀ ମାଇନା କରିବା ସହ ଅଧିକ ତଦନ୍ତ ଜାରି ରଖିିଛି । ଏସଂପର୍କରେ ପୀଡ଼ିତା ସ୍ତ୍ରୀ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଢେଙ୍କାନାଳ ଏସପି ଜ୍ଞାନରଞ୍ଜନ ମହାପାତ୍ର କହିଲେ ଅଭିଯୋଗ ହୋଇଛି ତାର ତଦନ୍ତ ମଧ୍ୟ ଆରମ୍ଭ କରିଛୁ, ଖୁବଶୀଘ୍ର ଅଭିଯୁକ୍ତ ଧରା ପଡିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/Screen-Shot-2023-10-23-at-5.02.16-PM.jpg)