ଡାବୁଗାଁ ତହସିଲଦାରଙ୍କ ନାଁରେ ଜମି ହଡ଼ପ ଅଭିଯୋଗ। ଅସହାୟ ଝିଅର ଜମି ଜବରଦଖଲ କରି ଘର କରୁଛନ୍ତି ତହସିଲଦାର!

ଡାବୁଗାଁ ତହସିଲଦାରଙ୍କ ନାଁରେ ଜମି ହଡ଼ପ ଅଭିଯୋଗ। ଅସହାୟ ଝିଅର ଜମି ଜବରଦଖଲ କରି ଘର କରୁଛନ୍ତି ତହସିଲଦାର!

କନକ ବ୍ୟୁରୋ: ତହସିଲଦାରଙ୍କ ନାଁରେ ଜମି ହଡ଼ପ ଅଭିଯୋଗ । ସୂଚନା ଅନୁସାରେ ଜମିର ଉତ୍ତରାଧିକାରୀ ବାପା ମା’ ନଥିବା ଜଣେ ଅସହାୟ ଝିଅର ଜମି ହଡ଼ପ କରି ଡାବୁଗାଁ ତହସିଲଦାର କୃଷ୍ଣଚନ୍ଦ୍ର ଦାସ ଘର ନିର୍ମାଣ କରୁଥିବା ଅଭିଯୋଗ ହୋଇଛି । ଘର ନିର୍ମାଣକୁ ବିରୋଧ କରିବାରୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଛି ।

ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ଦଶମନ୍ତପୁରର ବାଘ କଲୋନୀରେ ତହସିଲଦାର ଅବୈଧ ନିର୍ମାଣ କରୁଛନ୍ତି । ଜମିର ଉତ୍ତରାଧିକାରୀ ପ୍ରମିତା ଖରା ଏନେଇ ପୋଲିସ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ହେବା ପରେ ଘଟଣା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । କିନ୍ତୁ ପ୍ରଶାସନ ବେଆଇନ ନିର୍ମାଣରେ ରୋକ ଲଗାଉନଥିବା ଅଭିଯୋଗ ହୋଇଛି । ସେପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସମ୍ପୃକ୍ତ ତହସିଲଦାର କୃଷ୍ଣଚନ୍ଦ୍ର ଦାସ କହିଛନ୍ତି, ସେ କୌଣସି ବେଆଇନ କାମ କରିନାହାଁନ୍ତି । ସେହି ଜମିର ସେ ବି ଜଣେ ଉତରାଧିକାରୀ । ଜମି ମାଲିକ ତାଙ୍କୁ ପୋଷ୍ୟପୁତ୍ର କରିଥିଲେ । ସେହି ଜମିର ସେ ବି ଜଣେ ଉତ୍ତରାଧିକାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe