କନକ ବ୍ୟୁରୋ: ନକଲି ସୁନା ଦେଇ ଅସଲି ଲୁଟ୍ । ପଦାରେ ପଡିଛି ବ୍ୟାଙ୍କ ବଣିଆଙ୍କ କଳାକାରନାମା । ଘରୋଇ ବ୍ୟାଙ୍କରୁ ୪୪ ଲକ୍ଷ ୭୫ ହଜାର ଟଙ୍କାର ସୁନା ଋଣ ନେଇ ବନ୍ଧା ହୋଇଛନ୍ତି ୧୧ ଜଣ । ଗଜପତି ଜିଲ୍ଲା ସଦର ମହୁକମା ପାରଳାଖେମୁଣ୍ଡିରେ ଏକ ଘରୋଇ ବ୍ୟାଙ୍କରୁ ଏଭଳି ଜାଲିଆତି କରାଯାଇଛି । ସୁନା ଋଣ ପାଇଁ ଅଭିଯୁକ୍ତମାନେ ବ୍ୟାଙ୍କରେ ନକଲି ସୁନା ଦେଇଥିଲେ । ବ୍ୟାଙ୍କରେ ଥିବା ବଣିଆ ଅଭିଯୁକ୍ତଙ୍କ ଠାରୁ ଟଙ୍କା ନେଇ ନକଲି ସୁନାକୁ, ଅସଲି ସୁନା ବୋଲି କହିଥିଲା । ବଣିଆଙ୍କ କଥାକୁ ଭରସା କରି ବ୍ୟାଙ୍କ କର୍ତୃପକ୍ଷ ଅଭିଯୁକ୍ତଙ୍କୁ ୪୪ ଲକ୍ଷ ୭୫ ହଜାର ଟଙ୍କାର ସୁନା ଋଣ ଦେଇଥିଲେ । ହେଲେ ପରେ ସେହି ସୁନାଗୁଡିକ ନକଲି ବୋଲି ଜଣାପଡିଛି । ଏହି ଘଟଣାରେ ବ୍ୟାଙ୍କ ବଣିଆଙ୍କ ସମେତ ୧୧ ଜଣ ଗିରଫ ହୋଇଥିବା ପାରଳାଖେମୁଣ୍ଡି ଥାନା ଆଇଆଇସି ସୂଚନା ଦେଇଛନ୍ତି । ତେବେ ଏହି ଘଟଣାରେ ବ୍ୟାଙ୍କର ଅନ୍ୟ କର୍ମଚାରୀଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି ।
ନକଲି ସୁନା ଦେଇ ଘରୋଇ ବ୍ୟାଙ୍କରୁ ସୁନା ଋଣ ଠକେଇ ଅଭିଯୋଗ। ବ୍ୟାଙ୍କ ବଣିଆଙ୍କ ସମେତ ୧୧ ଅଭିଯୁକ୍ତ ଗିରଫ
/kanak/media/post_attachments/wp-content/uploads/2023/07/14_00000-4.jpg)