କନକ ବ୍ୟୁରୋ: ହିତାଧିକାରୀଙ୍କ ଚାଉଳ ହଡପ୍ । ତା ପୁଣି ଦୁଇ ଅଧିକାରୀଙ୍କ ନାଁରେ ହୋଇଛି ଅଭିଯୋଗ । ଲୋକଙ୍କୁ ଭକୁଆ ବନେଇ ବିଶ୍ୱାସ ଜିତିବା ପରେ ଏହି ଚାଉଳ ହଡପ କରାଯାଇଥିବା ଅଭିଯୋଗ ଆଣିଛନ୍ତି କପ୍ତିପଦା ଜାମବଣି ପଞ୍ଚାୟତର ଲୋକେ । ଯୋଗାଣ ସହାୟକ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବିରୋଧ କରିବା ସହ ଥାନାରେ ଦେଇଛନ୍ତି ଏତଲା ।
ହିତାଧିକାରୀ ମାନଙ୍କ ଚାଉଳ ସବୁ ଲୁଟପାଟ ଚାଲିଛି । କିଲେ କି ଦୁଇ କିଲୋ ନୁହେଁ ୩ ମାସ ଧରି ହିତାଧିକାରୀଙ୍କ ୭ ହଜାର ୩ଶହ କିଲୋ ଚାଉଳ ହରିଲୁଟ୍ ହୋଇଥିବା ଅଭିଯୋଗ । ହିତାଧିକାରୀଙ୍କ ନିକଟରୁ ଟିପ ଚିହ୍ନ ନେଇ ରସିଦ୍ ବି ଦେଉଥିଲେ । ହେଲେ ଚାଉଳ ନଦେଇ ସରିଯାଇଛି କହି ହିତାଧିକାରୀଙ୍କୁ ଫେରାଇ ଦେଉଥିଲେ । ହେଲେ ସରକାରୀ ରେକର୍ଡ କହୁଛି ହିତାଧିକାରୀ ନେଇଛନ୍ତି ଚାଉଳ । ବାସ୍ତବରେ ଚାଉଳ ହିତାଧିକାରୀଙ୍କ ବଦଳରେ ଅଧିକାରୀ ଲୁଟପାଟ କରୁଥିବା ଧରାପଡିଛି ।
ଏବେ ସମସ୍ତ ଘଟଣା ପଦାକୁ ଆସିବା ପରେ ଦୁଇ ଅଧିକାରୀ ସାମନାକୁ ଆସୁନାହାନ୍ତି । ଠକାମୀର ଶିକାର ହୋଇଥିବା ହିତାଧିକାରୀ ମାନେ ଘଟଣା ନେଇ ଥାନାରେ ଏତଲା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/02/7-26.jpg)