କନକ ବ୍ୟୁରୋ: କଟକ ଏସସିବି ମେଡିକାଲରେ ରୋଗୀଙ୍କୁ ଡାକ୍ତରଙ୍କ ଗୁରୁତର ଅସଦାଚରଣ ଅଭିଯୋଗ। ଏସସିବି କାର୍ଡିଓଲୋଜି ବିଭାଗରେ ଜଣେ ଡାକ୍ତରଙ୍କ ନାଁରେ ରୋଗୀ ସମ୍ପର୍କୀୟ ଆଣିଛନ୍ତି ସାଂଘାତିକ ଅଭିଯୋଗ। କଟକ ମଙ୍ଗଳାବାଗ ଥାନାରେ ଏନେଇ ଏତଲା ଦେଇଛନ୍ତି ରୋଗୀଙ୍କ ସମ୍ପର୍କୀୟ। ଏତଲା ରୁଜୁ କରି ମାମଲାର ତଦନ୍ତ କରୁଛି ମଙ୍ଗଳାବାଗ ପୋଲିସ।

Advertisment

ସେପଟେ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗରେ ରୋଗୀଙ୍କ ସମ୍ପର୍କୀୟ ତାଙ୍କ ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି। ଏଥିରେ ଅଭିଯୁକ୍ତ ଡାକ୍ତର ଗୁରୁତର ଆହତ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିବା ସୂଚନା ଦେଇଛନ୍ତି ଆଡିସିନାଲ ଡିସିପି ଅନିଲ ମିଶ୍ର। ଆଗକୁ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇ ଘଟଣାର ଯାଞ୍ଚ ହେବ ବୋଲି ଏଡିସିପି ଅନିଲ ମିଶ୍ର କହିଛନ୍ତି।

ଅନ୍ୟପଟେ ଏଡିସିପି କହିଛନ୍ତି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଅସଦାଚାରଣ ଯୌନ ନିର୍ଯାତନା ନେଇ ଲିଖିତ ଅଭିଯୋଗ ହୋଇଥିଲା। ପୀଡିତାଙ୍କ ବୟାନ ମାଜିଷ୍ଟ୍ରେଟଙ୍କ ପାଖେ କରାଯିବ। ଘଟଣା ସହ ଜଡିତ ଥିବା ଅନ୍ୟମାନଙ୍କ ମଧ୍ୟ ବୟାନ୍ ନିଆଯିବ। ପୋଲିସ ପାଖେ ଦୁଇଟି ମାମଲା ହୋଇଛି। ଗୋଟିଏ ଦୁଷ୍କର୍ମ ଓ ଅନ୍ୟଟି ଆକ୍ରମଣ। ତଦନ୍ତ ଶେଷ ପରେ ଆବଶ୍ୟକ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ ଡିସିପି ଅନିଲ ମିଶ୍ର କହିଛନ୍ତି।