ଖବର ବାଜିଲା, ରୋଗୀଙ୍କୁ ଛାଡ଼ିିଲା ଘରୋଇ ହସ୍ପିଟାଲ : ଦଲାଲଙ୍କ ଚକ୍ରାନ୍ତରେ ଫସି କଟକ ଏସସିବିରୁ ଘରୋଇ ମେଡିକାଲକୁ ଯାଇଥିଲେ ଆଦିକନ୍ଦ ଦାସ

Advertisment
ଖବର ବାଜିଲା, ରୋଗୀଙ୍କୁ ଛାଡ଼ିିଲା ଘରୋଇ ହସ୍ପିଟାଲ : ଦଲାଲଙ୍କ ଚକ୍ରାନ୍ତରେ ଫସି କଟକ ଏସସିବିରୁ ଘରୋଇ ମେଡିକାଲକୁ ଯାଇଥିଲେ ଆଦିକନ୍ଦ ଦାସ

କନକ ବ୍ୟୁରୋ : କନକ ନ୍ୟୁଜରେ ଖବର ପ୍ରସାରଣ ପରେ ରୋଗୀଙ୍କୁ ଦେଢ ଲକ୍ଷ ଟଙ୍କା ଛାଡ଼ କଲା କଟକ ନିଗମ ହସ୍ପିଟାଲ । କିଛି ଦିନ ପୂର୍ବରୁ ଏରସମା ବ୍ଲକ କଙ୍କରାଡ଼ିଆ ଗାଁର ଆଦିକନ୍ଦ ଦାସ ବିଷ ପିଇ ଅସୁସ୍ଥ ହୋଇପଡ଼ିଥିଲେ । ଗୁରୁତର ହେବାରୁ କଟକ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ସେ ଏକ ଦଲାଲ ଜାଲରେ ପଡ଼ି ନିଗମ ହସ୍ପିଟାଷର ଚିକିତ୍ସତ ହେଉଥିଲେ ।

ତେବେ ମେଡ଼ିକାଲ ବିଲ ବାବଦରେ ତାଙ୍କୁ ସାଢେ ୩ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି ମେଡ଼ିକାଲ ପକ୍ଷରୁ ଦାବି କରାଯାଇଥିଲା । ତେବେ ସେ ଜମି ବିକି ୨ ଲକ୍ଷ ଟଙ୍କା ଦେଇଥିବା ବେଳେ ଆଉ ଦେଢ ଲକ୍ଷ ଦେଇପାରିବେନି ବୋଲି କହିଥିଲେ । ଏନେଇ ଖବର ପ୍ରସାରଣ ପରେ ତାଙ୍କୁ ମେଡ଼ିକାଲ ପକ୍ଷରୁ ଦେଢ ଲକ୍ଷ ଟଙ୍କା ଛାଡ଼ କରାଯାଇଛି । ଏବଂ ମେଡ଼ିକାଲରୁ ଡ଼ିସଚାର୍ଜ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe