ଧଳସାମନ୍ତ ନାଁରେ ବଟି ଆଦାୟ ଅଭିଯୋଗ: ୯୨ ହଜାର ଟଙ୍କା ଜବତ ସହ ଦୁଇ ଅଭିଯୁକ୍ତ ଗିରଫ

121

କନକ ବ୍ୟୁରୋ: ଜେଲରେ ଧଳ ସାମନ୍ତ । କିନ୍ତୁ ତାଙ୍କ ନାଁରେ ବଟି ଆଦାୟ କରି ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି । କମିଶନରେଟ୍ ପୋଲିସ ଏହି ଦୁଣ ଜଣଙ୍କୁ ଗିରଫ କରିବା ସହ ୯୨ ହଜାର ଟଂକା ଜବତ କରିଛି । ବନ୍ଧାହେବା ପରେ ଦୁଇ ଅଭିଯୁକ୍ତ ଦୋଷ ସ୍ୱୀକାର କରିଛନ୍ତି । ଏମାନଙ୍କ ଘର ଜଗତସିଂହପୁର ବୋଲି ଜଣାପଡିଛି । ଧଳସାମନ୍ତଙ୍କ ନାଁ କହି ଟଂକା ଆଦାୟ କରିବାକୁ ଯୋଜନା କରି ଏପରି କରୁଥିଲେ । କିନ୍ତୁ ଦୁଇ ଅଭିଯୁକ୍ତଙ୍କର ଧଳ ସାମନ୍ତଙ୍କ ସହ କୌଣସି ସଂପର୍କ ନାହିଁ ବୋଲି ପୋଲିସ ସ୍ପଷ୍ଟ କରିଛି । ପୁରୀ, ଭୁବନେଶ୍ୱର ଏବଂ କଟକରେ ବଟି ଆଦାୟ କରୁଥିଲେ ବୋଲି ଜଣାପଡିଛି । ଏମାନଙ୍କ ନାଁରେ ରାଜଧାନୀରେ ଅନେକ ଥାନାରେ ଏତଲା ରହିଛି ।