କନକ ବ୍ୟୁରୋ: ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ମାଡ ଅଭିଯୋଗ । ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ମାଡ ଅଭିଯୋଗ । ଏନେଇ ଥାନାରେ ଦେଇଛନ୍ତି ବିଧାୟକ ପ୍ରାର୍ଥୀ । ଆଜି ରାଜ୍ୟର ୪ ସଂସଦୀୟ କ୍ଷେତ୍ରରେ ଭୋଟିଂ ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରୁ ଏଭଳି ହିଂସାର ଖବର ସାମ୍ନାକୁ ଆସୁଛି ।
ସେହିପରି ଗୋପାଳପୁରରେ ମତଦାନ ବେଳେ ଉତେଜନା । ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ୧୩୫ନମ୍ବର ବୁଥ୍ ବାହାରେ ଗେରୁଆ ଓ ସବୁଜ ଗାମୁଛା କାନ୍ଧରେ ପକାଇ ବିଜେଡି ଓ ବିଜେପିର କର୍ମୀ ମୁତୟନ ହୋଇଥିବା ଦେଖିବାକୁ ମିିଳିଛି । ବିଜେପି ଓ ବିଜେଡି ପୋଲିଂ ଏଜେଂଟ ବୃଦ୍ଧ ଓ ଭିନ୍ନକ୍ଷମ ଭୋଟରଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ ପରେ ବୁଥରେ ଉତେଜନା ଦେଖାଦେଇଛି । ଦଳୀୟ ଗାମୁଛା ପକାଇ ଗେଟ୍ ଜଗିବା ଓ ପୋଲିସ ବନ୍ଧୁକ କାଢ଼ି ଆସି ଧମକେଇବା ପରେ ବୁଥ୍ ଭିତରେ ଠେଲାପେଲା ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/12-11.jpg)