କନକ ବ୍ୟୁରୋ : ଗ୍ରୀଷ୍ମ ଆରମ୍ଭ ନହେଉଣୁ ଜଳୁଛି ଜଙ୍ଗଲ । ଆଉ ସବୁ ଜାଣି ଚୁପ ବସିଛି ବନ ବିଭାଗ । ଢେଙ୍କାନାଳ ସଦର ରେଞ୍ଜ ଅଧିନ ଗଦାଶିଳା ବିଟ ହାଉସ ଅନ୍ତର୍ଗତ ସିମିନଈ ଶାଳ ଜଙ୍ଗଲ ହୁତ ହୁତ ହୋଇ ଜଳୁଛି । ୫୫ ନମ୍ବର ରାଜପଥର ବାଇପାସ ନିକଟ ଜଙ୍ଗଲରେ ନିଆଁ ଲାଗିଛି । ଜଙ୍ଗଲ ଆଖପାଖ ଅଞ୍ଚଳ ଧୂଆଁ ଧୂଆଁ ହୋଇଯାଇଛି । ଶୁଖିଲା ଘାସ ଶୁଖିଲା ପତ୍ର ଯୋଗୁଁ ନିଆଁର ଦ୍ରୁତ ଗତିରେ ଜଙ୍ଗଲ ଭିତରେ ବ୍ୟାପିବାରେ ଲାଗିଛି । ହେଲେ ନିଆଁ ଲିଭାଇବା ପାଇଁ ବନ ବିଭାଗ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି ।

Advertisment

ଖାଲି ସେତିକି ନୁହେଁ ଖରା ବଢ଼ିବା ସହ ଏ ଜଙ୍ଗଲ ନିଆଁ ଏବେ ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ବିଶେଷକରି, ଏହିସବୁ ବନାଗ୍ନି ପାଇଁ ପାହାଡ଼ିଆ ଓ ଜଙ୍ଗଲ ନିକଟରେ ରହୁଥିବା ଲୋକେ ନିଆଁ ଝାସରେ ସିଝୁଥିଲେ ମଧ୍ୟ ବନ ବିଭାଗ ବାବୁମାନଙ୍କ ଏଥିପ୍ରତି ଟିକିଏ ହେଲେ ନିଘା ନାହିଁ । ନିଆଁ ଲିଭାଇବାକୁ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରାଯାଉଛି ବୋଲି ଅଧିକାରୀମାନେ କହି ବୁଲୁଛନ୍ତି । ମାତ୍ର ତାହା କେତେଦୂର କାର୍ଯ୍ୟକାରୀ ହେଉଛି, ସେ ଦିଗରେ କେହି ବି ଗୁରୁତ୍ବ ଦେଉନାହାନ୍ତି । ନା ବିଭାଗୀୟ ମନ୍ତ୍ରୀଙ୍କର ଏଥିପ୍ରତି ଚିନ୍ତା ଅଛି ନା ସଚିବ ତନାଘନା କରୁଛନ୍ତି। ଯେଉଁଥିପାଇଁ ନିଆଁ ଆଁରେ ହେକ୍ଟର ହେକ୍ଟର ଜଙ୍ଗଲ ଜଳିପୋଡ଼ି ପାଉଁଶ ହୋଇଯାଉଛି ।